କାର୍‌ରେ ବୁଲୁଥିଲେ ଆତଙ୍କବାଦୀ, କାବୁ କଲେ ସେନାବାହିନୀ : ନଗଦ ଟଙ୍କା ସହ ଅସ୍ତ୍ରଶସ୍ତ୍ର ଜବତ

Published By : Prameya-News7 Bureau | September 11, 2020 IST

ଶ୍ରୀନଗର ୧୧।୦୯: କୌଣସି ପ୍ରକାରର ଅଘଟଣ ପୁର୍ବରୁ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ।  ଜାମ୍ମୁ କାଶ୍ମୀରର କୁପୱାଡାରୁ ୨ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଗିରଫ । କାରରେ ଏମାନେ ଖୁଲମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ଭାରତୀୟ ଯବାନ ମାନେ ଗିରଫ କରିଛନ୍ତି।

wp:html /wp:html

ଆତଙ୍କବାଦୀମାନେ କୁପୱାଡା ଜିଲ୍ଲାର ଦ୍ରୁଗମୁଲ୍ଲା ଅଂଚଳରେ ଚଳପ୍ରଚଳ କରୁଥିବା ବେଳେ ଯବାନଙ୍କୁ ବିଶେଷ ସୂତ୍ରକୁ ଖବର ମଳିଥିଲା । ଖବର ମିଳିବା ପରେ ଯବାନ ମାନେ ଘଟଣା ସ୍ଥଳରେ ପହଞ୍ଚି ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏଥିସହ ସେମାନଙ୍କଠାରୁ ଏକେ-୪୭, ବିସ୍ଫୋରକ ସାମଗ୍ରୀ, ନଗଦ ୭ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି । ପ୍ରାଥମିକ ତଦନ୍ତ ଆଧାରରେ ୨ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ । ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଚାଲିଥିବା ପ୍ରତିଟି ଛାୟା ଯୁଦ୍ଧର ଜବାବ ଦେଇଛି ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.