Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୁଲଓ୍ୱାମାରେ ଏନ୍‌କାଉଣ୍ଟର : ୨ଆତଙ୍କୀ ନିହତ, ଜଣେ ଯବାନ ସହିଦ

23/06/2020 at 7:49 AM

ଶ୍ରୀନଗର ୨୩।୦୬: ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ତେବେ ଏନ୍‌କାଉଣ୍ଟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପଟୁ ରହି ରହି ଗୁଳିମାଡ ଚାଲିଛି ।

ସୂଚନାଯୋଗ୍ୟ ଯେ, ପୁଲଓ୍ୱାମାରେ ବନ୍ଦଜୁ ଅଞ୍ଚଳରେ ପାଞ୍ଚଜଣ ଆତଙ୍କୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଖବର ମିଳିବା ମାତ୍ରେ ପୋଲିସ-ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଯାଇଥିଲେ । ପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଶେଷ ଖବରମୁତାବିକ ସେନା ଗୁଳିରେ  ୨ଜଣ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନ୍‌କାଉଣ୍ଟର ଘଟିଥିବା ଅଞ୍ଚଳରେ ଅନ୍ୟ କିଛି ଆତଙ୍କୀ ଲୁଚି ରହିଥିବାର ଅନୁମାନ କରି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ସେହିପରି କିଛିଦିନ ତଳେ ମଧ୍ୟ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରି ପାଞ୍ଚଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଜୁନ୍‌ ୧ରୁ ଆଜି ପର୍ଯ୍ୟନ୍ତ ୧୩ଟି ଏନ୍‌କାଉଣ୍ଟ ହୋଇଛି । ଏଥିରେ ୪୧ଜଣ ଆତଙ୍କୀ ନିହତ ହୋଇଛନ୍ତି । ଗତ କେତେ ମାସକ ମଧ୍ୟରେ ସେନାର ଅପରେସନ ଅଲ୍‌ଆଉଟ୍‌ ମାଧ୍ୟମରେ ଅନେକ ଆତଙ୍କୀ ନିହତ ହୋଇଛନ୍ତି । ଏହି ଆତଙ୍କୀଙ୍କ ନିହତ ପରେ ଅନେକ ବଡଧରଣର ଅଘଟଣରୁ ରକ୍ଷା ପାଇଛି ଦେଶ ।

   Related Posts