Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଜାମ୍ମୁ-କାଶ୍ମୀର ପୋଲିସର ବଡ଼ ସଫଳତା : ସୋପୋର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରବେଳେ ଆତ୍ମସମର୍ପଣ କଲେ ୨ଆତଙ୍କବାଦୀ

22/10/2020 at 5:19 PM

ଶ୍ରୀନଗର ୨୨/୧୦: ଜାମ୍ମୁ-କାଶ୍ମୀରରେ ୨ ନୂଆ ଆତଙ୍କବାଦୀ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ୍ ଆଇଜି କହିଛନ୍ତି ଯେ ଆଜି ୨ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ ଏନକାଉଣ୍ଟର ସାଇଟରେ ଆତଙ୍କବାଦୀଙ୍କ ପରିବାରକୁ ଆଣିବା ପରେ ହୋଇଛି।

ଉତ୍ତର କାଶ୍ମୀରର ସୋପୋରର ତୁଜ୍ଜର ଅଞ୍ଚଳରେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଘେରି ନେଇଥିଲେ। ଜାମ୍ମୁ-କାଶ୍ମୀର ପୋଲିସର ଆଇଜି କହିଛନ୍ତି ଯେ ସେମାନେ ଆତଙ୍କବାଦୀଙ୍କ ପରିବାରକୁ ଏନକାଉଣ୍ଟର ସାଇଟରେ ନେଇ ଆସିଥିଲେ। ପରିବାର ଲୋକେ କହିବାରୁ ୨ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ପରିବାର ଏବଂ ଆତଙ୍କବାଦୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଏବଂ ମୁଖ୍ୟ ଧାରାରେ ଫେରିବାକୁ ଅପିଲ କରୁଛନ୍ତି।

ତୁଜ୍ଜର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବାର ଇନପୁଟ ମିଳିଥିଲା। ଏହା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଲା ଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରିଥିଲେ ଯାହାକୁ ଆତଙ୍କବାଦୀମାନେ ମାନି ନେଇଥିଲେ ଏବଂ ଅସ୍ତ୍ରଶସ୍ତ୍ର ପକାଇ ଦେଇଥିଲେ।

କୁହାଯାଉଛି ଯେ ୨ଯୁବକ କିଛି ଦିନ ତଳେ ଆତଙ୍କବାଦୀ ସଙ୍ଗଠନ ଅଲ ବଦରରେ ସାମିଲ ହୋଇଥିଲେ। ଜାମ୍ମୁ-କାଶ୍ମୀର ପୋଲିସ୍ ଏହାକୁ ବଡ଼ ସଫଳତା ବୋଲି ମନେ କରୁଛି।

   Related Posts