ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ: ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ , ଲୁଚି ରହିଛନ୍ତି ଆଉ ଦୁଇ

Published By : Prameya-News7 Bureau | March 09, 2020 IST

ଶ୍ରୀନଗର ୦୯।୦୩: ଜାମ୍ମୁ-କାଶ୍ମୀରର ସୋପିଆରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହିପରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ  ଜାମ୍ମୁ-କାଶ୍ମୀରର ସୋପିଆରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ମିଳିଥିଲା । ସେନା ଖବର ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ସହ ମିଶି ରେବନ ଖ୍ବୋଜପୋରା ଅଞ୍ଚଳକୁ ଘେରିଯାଇଥିଲେ । ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ସମଗ୍ର ଅଞ୍ଚଳକୁ ସେନା ଓ ପୋଲିସଙ୍କ ଘେରାବନ୍ଦୀ ଦେଖି ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳମାଡ ଆରମ୍ଭ କରିଦେଇଥିଲେ । ସେନା ଏହାର ପାଲଟା ଆକ୍ରମଣ ମଧ୍ୟ  କରିଥିଲା । ତେବେ ସେନାର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଲେ ଦୁଇ ଜଣ ଲୁଚି ରହିଥିବା ଅନୁମାନ କରାଯାଉଛି । ତେବେ କେତେଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.