ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ

Published By : Prameya-News7 Bureau | October 28, 2020 IST

ଶ୍ରୀନଗର ୨୮।୧୦:  ଜାମ୍ମୁକଶ୍ମୀର ବଡଗାମ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ମୃତ ଆତଙ୍କବାଦୀମାନେ କେଉଁ ସଂଗଠନ ସହିତ ଜଡିତ , ତାହା ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାସ୍ଥଳରେ ଆହୁରୀ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଖବର ଅନୁଯାୟୀ, ବଡ଼ଗାମର ଆରିବାଗ ମଚମା ଅଂଚଳରେ କିଛି ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଖବର ମିଳିବା ମାତ୍ରେ ସେନାବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୂରା ଅଞ୍ଚଳକୁ ଘେରିଯାଇଥିଲେ ।  ତେବେ ଯବାନମାନେ ଘଟଣାସ୍ଥଳରେ ପହଂଚିବା ଏବଂ ପୁରା ଅଞ୍ଚଳକୁ ଘେରିବା ଦେଖି ଆତଙ୍କବାଦୀମାନେ ବ୍ୟସ୍ତବିବ୍ରତ ହୋଇ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ସୁରକ୍ଷା କର୍ମୀ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ । ବହୁ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସେନା ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ ଆତଙ୍କବାଦୀଙ୍କର ପରିଚୟ ମିଳି ନଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳିଜବତ କରାଯାଇଛି  । ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷା କର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.