Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କୁଲଗାମ୍‌ରେ ଏନ୍‌କାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ନିହତ, ପୂରା ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ

25/05/2020 at 1:20 PM

ଶ୍ରୀନଗର ୨୫।୦୫: ଜାମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ଜାରି ରହିଛି । ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଏହି ଅପରେସନରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସାମିଲ ଥିଲେ । ଏନ୍‌କାଉଣ୍ଟର ସମୟରେ କୌଣସି ମିଥ୍ୟ ପ୍ରଚାର  ଗୁଜବ ହେବା ନେଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଜାରି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଇଣ୍ଟରନେଟ ସେବା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, କୁଲଗାମ ଜିଲ୍ଲାର ଦମହଲ ହାଜିପୋରା ଅଞ୍ଚଳର ଖୁର ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୋଇନ୍ଦା ତଥ୍ୟ ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ସୂଚନା ମିଳିବା ମାତ୍ରେ ସେନା ସ୍ଥାନୀୟ ପୋଲିସ ସହାୟତାରେ ପୂରା ଅଞ୍ଚଳକୁ ଘେରି ଯାଇଥିଲା । ସୁରକ୍ଷାକର୍ମୀ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ ।  ସୁରକ୍ଷାକର୍ମୀ ଓ ପୋଲିସ ଆକ୍ରମଣର ଦୃଢ ଜବାବ ଦେଇଥିଲେ ।  ଆତଙ୍କବାଦୀଙ୍କ ଭିତରେ ସକାଳେ ସଂଘର୍ଷ ଆରମ୍ଭ ହୋଇଥିଲା ।  ଏହି ଏନ୍‌କାଉଣ୍ଟରେ  ୨ ଆତଙ୍କୀ ନିହତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

   Related Posts