Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ : ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

11/11/2019 at 9:24 AM

ଶ୍ରୀନଗର ୧୦।୧୧ :  ଜାମ୍ମୁ କାଶ୍ମୀର ବାନ୍ଦିପୋରାରେ  ଆତଙ୍କବାଦୀ  ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ରବିବାର ବାନ୍ଦିପୋରାରେ ଲାବଦୁର ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବାର  ସେନାକୁ ଖବର  ମିଳିଥିଲା ।  ଲୁଚିରହିଥିବା ଆତଙ୍କାବାଦୀଙ୍କୁ ଘେରିଯାଇଥିଲେ  ସେନାବାହିନୀର ଯବାନ । ଉଭୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଲାଗି ରହିଥିଲା , କିନ୍ତୁ  ସୁରକ୍ଷାକର୍ମୀଙ୍କ ଗୁଳିରେ ରବିବାର ବିଳମ୍ବିତ ରାତିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଜି ସକାଳ ସମୟରେ ଆଉ ଜଣେ ଆତଙ୍କୀ  ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣ ଗୁଳି, ବାରୁଦ, ବନ୍ଧୁକ ଜବତ କରିଛି ସେନା । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

   Related Posts