Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଘରେ ଲାଗିଲା ନିଆଁ : ତୃତୀୟ ମହଲାରୁ ତଳକୁ ଡେଇଁଲେ ଦୁଇ ଭାଇ, ତଳେ ଠିଆ ହୋଇଥବା ଲୋକ କ୍ୟାଚ୍ କରି ବଞ୍ଚାଇଲେ ଜୀବନ

23/07/2020 at 4:25 PM

ପ୍ୟାରିସ ୨୩/୦୭ : ଫ୍ରାନ୍ସ ଗ୍ରେନୋବଲ ସହରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଭିଡିଓକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି | ଗ୍ରେନୋବଲର ଏକ ସୋସିଆଟି ବିଲଡିଂରେ ନିଆଁ ଲାଗିଯିବାରୁ ଘର ଭିତରେ ଫସି ରହିଥିବା ଶିଶୁ ଝରକା ଦେଇ ତିନି ମହଲା କୋଠାରୁ ତଳକୁ ଡେଇଁଥିଲେ | କିନ୍ତୁ ଶିଶୁମାନଙ୍କ କିଛି ହୋଇନଥିଲା | ସେମାନେ ସୁରକ୍ଷିତ ଥିଲେ | କାରଣ ଶିଶୁଙ୍କୁ ରକ୍ଷା କରିବାକୁ ଝରକା ତଳେ ଅନେକ ଲୋକ ଜମା ହୋଇଥିଲେ | ଜମା ହୋଇଥିବା ଲୋକେ ଶିଶୁମାନଙ୍କୁ କ୍ୟା୍ଚ କରି ତାଙ୍କୁ ବଞ୍ଚାଇ ଦେଇଥିଲେ | ଏମାନଙ୍କ ଭିତରେ ଜଣେ ୧୦ ବର୍ଷର ଓ ଆଉ ଜଣେ ୩ ବର୍ଷର ଶିଶୁ ଥିଲେ |

ଦ ସନ ଖବରକାଗଜରେ ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, ଭାଇରାଲ୍ ଭିଡିଓରେ ଉଭୟ ଶିଶୁ ଝରକା ଦେଇ ତଳକୁ ଡ଼େଉଁଥିବା ଦେଖିବାକୁ ମିଳିଛି | ତଳୁ ଝରକାର ଉଚ୍ଚତା ୪୦ ଫୁଟରୁ ଅଧିକ ବୋଲି କୁହାଯାଉଛି | ଶିଶୁଙ୍କୁ ରକ୍ଷା କରିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଫ୍ରେଞ୍ଚ୍ ରେଡିଓରେ କହିଛନ୍ତି ଯେ ଯେଉଁଭଳି ଭୀଷଣ ନିଆଁ ଲାଗିଥିଲା ଘର ଭିତରକୁ ପଶିବା ସମ୍ଭବ ନଥିଲା | ଯଦି ଶିଶୁମାନେ ଡେଇଁକୁ ବାହାରକୁ ଆସିନଥାନ୍ତେ ତାହେଲେ ନିଆଁ ଓ ଧୂଆଁରେ ଅଧିକ ସମୟ ବଞ୍ଚିବା ମଧ୍ୟ ସମ୍ଭବ ନଥିଲା | ଏହିଭଳି ପରିସ୍ଥିତିରେ ଲୋକମାନେ ଦୁଇ ଶିଶୁଙ୍କୁ ଝରକା ବାଟେ ଡେଇଁବାକୁ କହିଥିଲେ ଏବଂ ତଳେ ସେମାନେ ଶିଶୁଙ୍କୁ ଜେକିଉନସି ପ୍ରକାରେ ରକ୍ଷା କରିବେ ବୋଲି ନିଷ୍ପତ୍ତି ନେଲେ | ଲୋକଙ୍କ ଯୋଜନା ସଫଳ ହେଲା ଓ ଦୁଇ ଶିଶୁ ସୁରକ୍ଷିତ ଘରୁ ବାହାରି ଆସିଲେ | 

ସୂଚନା ଅନୁଯାୟୀ, ଭିଡିଓ ସାମ୍ନା ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତି ସୁଟିଂ କରିଥିଲେ ଏବଂ ସୋସିଆଲ୍ ମିଡ଼ିଆରେ ଭିଡିଓ ସେୟାର କରିଥିଲେ | ଭିଡିଓ ବହୁତ ଭାଇରାଲ୍ ହୋଇଛି | ଜଣେ ବ୍ୟକ୍ତି କହିଛନ୍ତି ଶିଶୁଙ୍କୁ କ୍ୟାଚ କରିବା ସମୟରେ ଜଣେ ଶିଶୁର ହାତ ଭାଙ୍ଗି ଯାଇଛି | ତେବେ ତାଙ୍କ ଜୀବନ ବଞ୍ଚି ଯାଇଥିବାରୁ ସମସ୍ତେ ଖୁସି |

ସୂଚନା ଅନୁଯାୟୀ, ବିଲଡିଂର ଏକ ଫ୍ଲାଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା | ଏହାପରେ ଆଖପାଖର ଅନେକ ଫ୍ଲାଟରେ ନିଆଁ ବ୍ୟାପି ଯାଇଥିଲା | ସୋସାଇଟିର ଜଣେ ବ୍ୟକ୍ତି କହିଛନ୍ତି ଉଭୟ ଶିଶୁ ମଧ୍ୟ ବହୁତ ସାହସ ଦେଖାଇଛନ୍ତି | ୧୦ ବର୍ଷର ଶିଶୁ ପ୍ରଥମେ ନିଜର ୩ ବର୍ଷର ଭାଇକୁ ତଳକୁ ଫୋପାଡ଼ି ଦେଇଥିଲା ଓ ତାପରେ ନିଜେ ତଳକୁ ଡେଇଁଥିଲା | ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି | ଦୁଇ ଭାଇଙ୍କୁ କିଛି ଟେଷ୍ଟ କରିବାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

   Related Posts