Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବାତ୍ୟା ୟାସ୍ ମୁକାବିଲା, ଯାଜପୁର ଓ ପୁରୀ ଗଲେ ଛତ୍ରପୁର ଅଷ୍ଟମ ବାଟାଲିୟନର ଦୁଇ ଓଡ୍ରାଫ୍ ଟିମ୍

24/05/2021 at 10:19 PM

ଖଲ୍ଲିକୋଟ ୨୪।୦: .ବନ୍ୟା ଆସୁ କି ବାତ୍ୟା ଆସୁ ଯେତେ ବଡ ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ସେତେବେଳେ ମନେ ପଡନ୍ତି ଛତ୍ରପୁର ଅଷ୍ଟମ ବାଟାଲିୟନର ଓଡ୍ରାଫ୍ ଟିମ୍। ବର୍ତ୍ତମାନ ବାତ୍ୟା ୟାସ୍ ଆସୁଛି । ଏନେଇ ଏଠାରେ ଥିବା ଦୁଇଟି  ଓଡ୍ରାଫ୍ ୟୁନିଟ ସଂପୂର୍ଣ୍ଣ ପ୍ରସ୍ତୁତରେ ରହିଛନ୍ତି। ବାତ୍ୟା କିମ୍ବା ବନ୍ୟା ପଡିଲେ କିପରି ଲୋକଙ୍କୁ ଉଦ୍ଧାର କରିବା , ରାସ୍ତାରେ ଗଛ ପଡିଲେ କିପରି ସଫା କରିବା ଆଦି କାର୍ଯ୍ୟରେ ବ୍ୟବହାର ହେଉଥିବା ନାନା ସରଞ୍ଜାମ ଗୁଡିକୁ ସେମାନେ ଏକ ଗାଡିରେ ସାଇତି କରି ରଖିବାରେ ଏବେ ଲାଗିପଡିଛନ୍ତି ।

ଏହି ଟିମ ଆଜି ପୁରୀ ଓ ଯାଜପୁର ଜିଲା ଗସ୍ତ କରିଥିବା  ବେଳେ ବାଟାଲିୟନ କମାଡେଣ୍ଟ ଏସ.ଏନ.ମଲ୍ଲିକ ଏହାର ସୂଚନା ଦେଇଛନ୍ତି । ପୂର୍ବରୁ ଫନି ହେଉ କି ହୁଡୁହୁଡ କିମ୍ବା ଅମ୍ପାନ, ସବୁଥିରେ ଛତ୍ରପୁର ଅଷ୍ଟମ ବାଟାଲିୟନର ଓଡ୍ରାଫ୍ ଟିମ୍ ଭଲ କାମ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପ୍ରଶଂସିତ ହୋଇପାରିଛନ୍ତି । ନିକଟରେ ମଧ୍ୟ ଏହି ଓଡ୍ରାଫ ଟିମ ଯାଜପୁର ଜିଲ୍ଲାରେ ବନ୍ୟା ସମୟରେ ସେଠାରେ ଦେବଦୂତ ସାଜି କାମ କରିଥିଲେ । ବହୁ ମୂଲ୍ୟବାନ ଜୀବନ ସମେତ ସଠିକ ସମୟରେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ପହଂଚାଇବାରେ ସମର୍ଥ ହେଉଥିଲେ ।

ବନ୍ୟାଘେରରେ ରହିଥିବା ଲୋକମାନଙ୍କୁ  ଉଦ୍ଧାର  କରିବା, ସେମାନଙ୍କ ନିକଟରେ ରିଲିଫ୍ ପହଂଚିବା  ଆଦି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏହି ଟିମ । ବାତ୍ୟା ସମୟରେ ମଧ୍ୟ ଉର୍ଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।  ଏପରିକି ଅମ୍ପାନ ସମୟରେ ମଧ୍ୟ ଏହି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ  କରୋନାରେ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ସୁସ୍ଥ ହୋଇ ଫେରିବା ସହ କିଛି କର୍ମଚାରୀ   ପ୍ଲାଜମା ଦାନ କରିଥିଲେ ।

   Related Posts