ବେଆଇନ ତେଲ ଡିପୋରେ ଚଢାଉ : ୨ଟି ଟ୍ୟାଙ୍କର ସହ ଡିଜେଲ ଜବତ, ୨ ଅଟକ

Published By : Prameya-News7 Bureau | June 17, 2021 IST

ଚଣ୍ଡିଖୋଲ ୧୭।୬: ବେଆଇନ ତେଲ ଡିପୋ ଉପରେ ପୋଲିସର ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଶ୍ରୀରାମପୁରଠାରେ ବର୍ଷ ବର୍ଷ ଧରି ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟରୁ ବିଭିନ୍ନ ତୈଳ କମ୍ପାନୀ ଟ୍ୟାଙ୍କର ଗାଡିଗୁଡିକରୁ ସ୍ଥାନୀୟ କିଛି ତେଲ ମାଫିଆ ଓ ଟ୍ୟାଙ୍କର ଗାଡି ଡ୍ରାଇଭରମାନେ ଗାଡିରୁ ତେଲ କାଢି ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିଲା । ପାଖରେ ଥିବା ତେଲ ଡିପୋରେ ଗଚ୍ଛିତ ରଖାଯାଉଥିଲା ।

ଖବର ପାଇ ଧର୍ମଶାଳା ପୋଲିସ ଡିପୋ ଉପରେ ଚଢ଼ାଉ କରିବା ସହ ୧୦୦ ଲିଟର ଡିଜେଲ ଜବତ କରିଛି । ରାସ୍ତାରୁ ଦୁଇଟି ଟ୍ୟାଙ୍କର ଗାଡି ଜବତ କରିଛି । ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥରେ ବର୍ଷ ବର୍ଷ ଧରି ଏହିଭଳି ବେଆଇନ ତେଲ କାରବାର ଚାଲୁ ରହିଥିବା ବେଳେ ପୋଲିସ ପକ୍ଷରୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ତେଲ ମାଫିଆମାନେ ଏଠାରୁ ତେଲ ଟ୍ୟାଙ୍କରରୁ କମ୍ ଦାମରେ ତେଲ କିଣି ଅନ୍ୟ ସ୍ଥାନରେ ବିକ୍ରି କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.