ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ,ଗ୍ରାମ ଉନ୍ନୟନ ବିଭାଗର ଦୁଇ ଯନ୍ତ୍ରୀ ନିଲମ୍ବିତ !

Published By : Prameya-News7 Bureau | June 27, 2020 IST

କଳାହାଣ୍ଡି ୨୭।୦୬: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ ଉନ୍ନୟନ ବିଭାଗର ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି ସୂଚନା ମିଳିଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ନାଏକଙ୍କୁ ନିଲମ୍ବନ କରିଛନ୍ତି ଭୁବନେଶ୍ୱର ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ । ୪ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ସାନକେନ୍ଦୁଗୁଡା-ପାଇକପଡା-ଜୟନ୍ତପୁର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.