Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍କୁଲରେ ଇଞ୍ଜେକସନ ନେଇ ଦୁଇ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ

14/09/2019 at 4:28 PM

ଘଟଗାଁ ୧୪|୯: କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଅନ୍ତର୍ଗତ ମେଲାଣ ହାଇସ୍କୁଲର ଦଶମ ଶ୍ରେଣୀର ଦୁଇ ଛାତ୍ର ଗତକାଲି ଟି.ଡି ଇଞ୍ଜେକସନ ନେଇ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଛାତ୍ର ହେଲେ ମେଲାଣ ହାଇସ୍କୁଲର ଦଶମ ଶ୍ରେଣୀର ସିଂରାୟ ମୁଣ୍ଡା ଓ ସାଧୁ ମୁଣ୍ଡା।

ମେଲାଣ ହାଇସ୍କୁଲର କେବଳ ଦଶମ ଶ୍ରେଣୀର ପିଲାମାନଙ୍କୁ ଗତକାଲି ଦିନ ବେଳେ ଟିଡି ଭ୍ୟାକ୍ସିନ୍ ଇଞ୍ଜକସନ ଦିଆଯାଇଥିଲା । ସ୍କୁଲରୁ ଛୁଟିହୋଇ ଘରକୁ ଯାଇଥିଲେ ପିଲା । ରାତିରୁ ଉଭୟ ପିଲାଙ୍କ ଦେହ ଖରାପ ହେବା ଆରମ୍ଭ ହୋଇଥିଲା । ସକାଳୁ ଉଭୟଙ୍କ ଅବସ୍ଥାରେ ଗୁରୁତର ହେବାରୁ ଘଟଗଁ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଇଞ୍ଜେକସନ ଧନୁଷ୍ଠକାର, କଣ୍ଠରୋତି, ଦହରା କାଶ ଇତ୍ୟାଦି ପାଇଁ ଦିଆଯାଉଛି । ଦୁଇ ପିଲା ଗୁରୁତର ହେବା ବେଳେ ଆହୁରି ଗୁରୁତର ହୋଇଥିବା ବୋଲି ଅନୁମାନ କରାଯାଉଛି ।

ତେବେ ଉକ୍ତ ଟିଡି ଇଞ୍ଜେକସନ ଦେବା ପାଇଁ ମେଳାଣ ଶିକ୍ଷକ ଟ୍ରେନିଂ ସମୟରେ ମନା କରିଥିଲେ ଏହି ଇଞ୍ଜେକସନ ମାରିବା ପାଇଁ କିନ୍ତୁ ଶିକ୍ଷକଙ୍କ କଥାକୁ ଖାତିର ନକରି ଇଞ୍ଜେକସନ ଦେବାରୁ ଏଭଳି ହୋଇଛି ବୋଲି ଶିକ୍ଷକ କହିଛନ୍ତି । ଅନ୍ୟପକ୍ଷରେ ଘଟଗଁ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଏହା ଭାଇରାଲ ଜ୍ବର ବୋଲି କହିଛନ୍ତି ।

   Related Posts