ପାୱାର ଚ୍ୟାନେଲରେ ବୁଡି ଦୁଇ ଛାତ୍ର ମୃତ

Published By : Prameya-News7 Bureau | August 03, 2018 IST

ସମ୍ବଲପୁର ଚାଉଁରପୁର ନିକଟସ୍ଥ ଚିପିଲିମା ପାୱାର ଚ୍ୟାନେଲରେ ବୁଡି ଦୁଇ ଛାତ୍ର ମୃତ୍ୟୁବରଣ କରିଛନ୍ତି। ପାଓ୍ବାର ଚ୍ୟାନେଲରେ ଗାଧୋଉଥିବା ବେଳେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର ବୁଡିଯାଇଥିଲେ । ମୃତକ ଦୁଇ ଛାତ୍ର ହେଲେ କୁଲୁଥକାନିର ସୁମନ ଦାଶ ଓ ବଡବଜାର ଅଞ୍ଚଳର ସମୀର ଦଳେଇ । ଉଭୟ ଟ୍ୟୁସନ ସାରି ଘରକୁ ନଯାଇ ଗାଧୋଇବାକୁ ଯାଇଥିଲେ । ସାଙ୍ଗଙ୍କ ସହ ଗାଧୋଉଥିବା ବେଳେ ହଠାତ୍ ସୁମନ ବୁଡି ଯାଇଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସମୀର ମଧ୍ୟ ବୁଡି ଯାଇଥିଲେ । ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଦମକଳ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.