ସ୍କୁଲ ନିଟକରେ ଥିବା କେନାଲରେ ବୁଡି ୬ଷ୍ଠ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 26, 2019 IST

ଭଣ୍ଡାରୀପୋଖରୀ ୨୬|୭: ପୋଖରୀରେ ବୁଡି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା ପ୍ରାଇମେରୀ ସ୍କୁଲରେ ଦୁଇ ଛାତ୍ର ପଢୁଥିଲେ । ନିକଟସ୍ଥ କେନାଲରେ ବୁଡି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତ ଛାତ୍ର ହେଲେ ରାଜେଶ ସାହୁ ଏବଂ ଧନଞ୍ଜୟ ଜେନା ।

{"id":137559}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା ପ୍ରାଇମେରୀ ସ୍କୁଲରେ ଏଭଳି ଅଘଟଣ ଘଟିଛି । ସ୍କୁଲର ତିନି ଜଣ ଛାତ୍ର ଖେଳ ଛୁଟିରେ ସ୍କୁଲ ନିକଟରେ ଥିବା କେନାଲକୁ ଯାଇଥିଲେ ।  କେନାଲରେ ଦୁଇ ଜଣ ୬ଷ୍ଠ ଶ୍ରେଣୀର ଛାତ୍ର ରାଜେଶ ସାହୁ ଏବଂ ଧନଞ୍ଜୟ ଜେନା ବୁଡି ଯାଇଥିଲେ । ଫଳରେ ଅନ୍ୟ ଛାତ୍ର ଜଣଙ୍କ ଗ୍ରାମବାସୀଙ୍କୁ ଡାକିଥିଲେ ।

{"id":137560}

ଗ୍ରାମବାସୀମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଛାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.