ଉତ୍କଳ ବାଳାଶ୍ରମରୁ ୧୩ ଜଣ ଗାୟବ ଘଟଣାରେ ଆଉ ୨ ନାବାଳିକା ଉଦ୍ଧାର, ଏବେବି ନିଖୋଜ ଅଛନ୍ତି ୨ ନାବାଳିକା

Published By : Prameya-News7 Bureau | January 08, 2020 IST

ବ୍ରହ୍ମପୁର ୦୮।୦୧: ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୧୩ ଅନ୍ତେବାସୀ ଗାୟବ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ତେବେ ନିଖୋଜ ଥିବା ଆଉ ୨ଜଣ ନାବାଳିକାଙ୍କୁ  ଖୁବଶୀଘ୍ର ସୁରକ୍ଷିତ ଭାବେ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

{"id":208732,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୧୩ ଜଣ ଅନ୍ତେବାସୀ ଗାଏବ ହୋଇଯାଇଥିଲା । ତେବେ ବହୁ ଖୋଜଖୋଜି ପରେ  ଭୁବନେଶ୍ବର, ଚିକିଟି ନୂଆଗାଆଁ ଏବଂ ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ୭ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ବିଭିନ୍ନ ଜାଗାରୁ ଖୋଜାଖୋଜି କରି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଜଣ ନାବାଳିକାଙ୍କୁ ଉଦ୍ଧାର କରିସାରିଛି । ନିଖୋଜ ଥିବା ଆଉ ୨ ଜଣ କେଉଁଠି ଅଛନ୍ତି ତାର ଅନୁସନ୍ଧାନ କରାଯାଇ ଉଦ୍ଧାର କରାଯିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଉଦ୍ଧାର କାର୍ଯ୍ୟରେ ୪ଟି  ଟିମ୍ ନିୟୋଜିତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.