ଚାଞ୍ଚଲ୍ୟ : ପୃଥକ ପୃଥକ ଦୁଇଟି ଘଟଣାରେ ଦୁଇ ଛାତ୍ରୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ

Published By : Prameya-News7 Bureau | October 23, 2019 IST

ସୋର ୨୩।୧୦: ଦୁଇ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ରାଜସ୍ଥାନରେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ରାସ୍ତାରୁ ଅପହରଣ କରିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ପଳାଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

{"id":173612}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା କାଳନ୍ଦୀପାଟଣା ଗ୍ରାମର ଜଣେ ଯୁବକ ଗତ ଅଗଷ୍ଟ ୧୯ତାରିଖ ଦିନ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ରାଜସ୍ଥାନ ପଳାଇଯାଇଥିଲା । ସୋର ପୋଲିସ ତାଙ୍କୁ ଦୁଇ ଦିନ ତଳେ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛି । ସୋର ଥାନାରେ ଅଭିଯୋଗ ପରେ ପୋଲିସ ସଂପୃକ୍ତ ଯୁବକକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।

{"id":173613}

ଅନ୍ୟପଟେ  ଖନ୍ତାପଡା   ଥାନା   ବିଷ୍ଣୁପୁର ଗ୍ରାମରେ  ଜଣେ ଯୁବକ ୧୩ ବର୍ଷର  ନାବାଳିକାଙ୍କୁ ରାସ୍ତାରୁ  ଅପହରଣ କରି ନେଇ ଦୁଷ୍କର୍ମ କରିଥିବାର ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ଖନ୍ତାପଡା ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.