Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କ୍ୟାପିଟାଲ୍ ହାଇସ୍କୁଲରେ ପଶିଲା କରୋନା, ନବମ ଶ୍ରେଣୀର ୨ ଛାତ୍ର ପଜିଟିଭ୍ ଚିହ୍ନଟ

9/12/2021 at 10:46 AM

ଭୁବନେଶ୍ବର ୯।୧୨: କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା । ନବମ ଶ୍ରେଣୀର ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ।  ସ୍କୁଲରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଛାତ୍ର ଏବେ ହୋମ୍ ଆସୋଲେସନରେ ଅଛନ୍ତି । ଏ ନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ତତ୍ପର ହୋଇଥିଲା ବିଏମ୍‌ସି । ବିଏମ୍‌ସି ୩ଟି ଜୋନ୍‌ରେ ଥିବା ଶିକ୍ଷାନୁଷ୍ଠାନରେ ବୁଧବାର କୋଭିଡ୍‌ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଉତ୍ତର ଜୋନ୍‌ର ନୂଆପଲ୍ଲୀ ଆଶ୍ରମ ସ୍କୁଲ, ରସୁଲଗଡ଼ ଆଶ୍ରମ ସ୍କୁଲ, ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ସ୍କୁଲ, ବିଜୁ ପଟ୍ଟନାୟକ କଲେଜ, ଜିଜିପି କଲୋନୀ ଉଚ୍ଚ ବିଦ୍ୟାଳୟ ଏବଂ ଭିଏସ୍‌ଏସ୍‌ ନଗର ହାଇସ୍କୁଲରେ ଉଭୟ ଆର୍‌ଟିପିସିଆର୍‌ ଏବଂ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି ।

ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୯ ବାଳକ ବିଦ୍ୟାଳୟ, ତପୋବନ ଉଚ୍ଚ ବିଦ୍ୟାଳୟ, ପାଇକନଗର ହାଇସ୍କୁଲ, ନୂଆପଲ୍ଲୀ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ଆଦିରୁ ପ୍ରାୟ ୪୫୦୦ ଛାତ୍ରଛାତ୍ରୀଙ୍କଠୁ ସ୍ୱାବ୍‌ ସଂଗ୍ରହ ହୋଇଥିଲା । ଶିକ୍ଷାନୁଷ୍ଠାନରେ ଯେପରି କରୋନା ନ ବ୍ୟାପିବ ସେନେଇ ବିଏମ୍‌ସି ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋଭିଡ୍‌ ପରୀକ୍ଷା ଆରମ୍ଭ କରିଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସ୍କୁଲ ଏବଂ କଲେଜ ବୁଲିବା ସହ ସ୍ୱାବ୍‌ ସଂଗ୍ରହ କରିଥିଲା । ତେବେ ରାଜଧାନୀର ବିଭିନ୍ନ ସ୍କୁଲରେ ଗୁରୁବାର ମଧ୍ୟ କରୋନା ଟେଷ୍ଟିଂ କ୍ୟାମ୍ପ୍ କରାଯାଉଛି ।

   Related Posts