Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଖରୀରେ ବୁଡି ଦୁଇ ଛାତ୍ରଙ୍କ ସଲୀଳ ସମାଧି

15/08/2020 at 3:01 PM

ଜଗତସିଂହପୁର ୧୫।୮: ପୋଖରୀରେ ବୁଡିଗଲେ ଦୁଇ ଛାତ୍ର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁର ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ଦୁଇ ଛାତ୍ର ପୋଖରୀରେ ବୁଡିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ଛାତ୍ର ତୁଳଙ୍ଗ ଗାଁର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ।

   Related Posts