ଭିସୁଟ୍‌ର ଦୁଇ ଛାତ୍ରଙ୍କ ସଲିଳ ସମାଧି, ଦେବଝରଣ ଜଳପ୍ରପାତରେ ବୁଡିଗଲେ

Published By : Prameya-News7 Bureau | January 18, 2020 IST

ସମ୍ବଲପୁର ୧୮।୧: ପିକ୍‌ନିକ୍ ହେଲା କାଳ । ଜଳ ପ୍ରପାତରେ ବୁଡ଼ି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଛାତ୍ର ବୁର୍ଲା ଭିସୁଟ୍‌ରେ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷରେ ପଢୁଥିଲେ । ଯୁଯୁମୁରା ଦେବଝରଣକୁ ପିକ୍‌ନିକ୍ କରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ ।

{"id":212881,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁର୍ଲା ଭିସୁଟ୍‌ରେ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ୪୦ଜଣ ଛାତ୍ର ଯୁଯୁମୁରା ଦେବଝରଣକୁ ପିକ୍‌ନିକ୍ କରିବାକୁ ଯାଇଥିଲେ । ତେବେ ଜଳପ୍ରପାତରେ ଗାଧୋଇବା ସମୟରେ ଗଭୀର ପାଣିରେ ଗୋଡ଼ ଖସି ଯାଇଥିଲା । ସେହି ସ୍ଥାନରେ ସମ୍ବଲପୁରର ଏକ ପରିବାର ପିକ୍‌ନିକ୍ ପାଇଁ ଯାଇଥିବା ବେଳେ, ଖବର ପାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଦୁଇ ଛାତ୍ରଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଛାତ୍ର ହେଲେ ହୀରାକୁଦ ହିଣ୍ଡାଲକୋ କଲୋନୀର ଅଭିଜିତ ସାମଲ ଓ ମଧ୍ୟପ୍ରଦେଶର ସ୍ବରୁପ ରଞ୍ଜନ ଦେହୁରିଆ । ଯୁଯୁମୁରା ପୋଲିସ ଘଟଣାକୁ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.