ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କଲେ ଦୁଇ ଛାତ୍ରୀ

Published By : Prameya-News7 Bureau | March 10, 2019 IST

ଭବାନୀପାଟଣା ୧୦|୩ : ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ସ୍କୁଲ ସମୟରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ରୀ ଏ ନେଇ ପରିବାରକୁ ଜଣାଇବା ପରେ ଭବାନୀପାଟଣା ସଦର ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":92207}

ସୂଚନା ଅନୁସାରେ, ଭବାନୀପାଟଣା ସଦର ଥାନା ପରୀୟା ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ସମନାଥ ମଗଂରାଜ ସ୍କୁଲ ସମୟରେ ଏକୁଟିଆ ଡାକି ଛାତ୍ରୀମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିବା ଅଭିଯୋଗ ନେଇ ଥାନାରେ ଏତଲା ଦାୟର ହୋଇଛି ।

{"id":92208}

ପୂର୍ବରୁ ମଧ୍ୟ ଏଭଳି ଆଚରଣ ଶିକ୍ଷକ ଦେଖାଇ ଆସୁଥିଲେ ବି ଛାତ୍ରୀ ଅଭିଯୋଗ କରୁ ନ ଥିଲେ । ହେଲେ ଗତକାଲି ପୀଡିତା ପାଟି ଖୋଲିବା ପରେ ଆଉ ଜଣେ ଛାତ୍ରୀ ମଧ୍ୟ ଅନୁରୁପ ଅଭିଯୋଗ ନେଇ ଥାନାରେ ବୟାନ ଦେଇଛନ୍ତି ।

{"id":92210}

ଅଭିଯୋଗ ସଂପର୍କରେ ଅଭିଭାବକ ଅବଗତ ହେବା ପରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଧାନ ଶିକ୍ଷକ ସମନାଥ ମଗଂରାଜକୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.