Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଘରକୁ ଫେରିବା ବେଳେ ଧକ୍କା ଦେଲା ଟ୍ରେନ, ଆରପାରିକୁ ଚାଲିଗଲେ ୨ଶ୍ରମିକ

2/02/2020 at 8:47 PM

ଜଳେଶ୍ୱର ୦୨|୦୨:  ଟ୍ରେନ ଧକ୍କାରେ ଦୁଇ ଶ୍ରମିକ ମୃତ । ଘରକୁ ଫେରିବା ପାଇଁ ଟ୍ରେନ ଧରିବାକୁ ଯାଉଥିବା ବେଳେ ଟ୍ହାରେନ ଧକ୍କାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ହାଓଡ଼ା  ଏର୍ନାକୁଲମ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍‌ ଦୁଇ ଜଣ ବଙ୍ଗୀୟ ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାରମୁହଁ ରେଳ ଓଭରବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ପଶ୍ଚିମବଙ୍ଗର ବେଲଦା ଥାନା ଦେଉଳୀବେଲଦା ଗ୍ରାମର ବବୁଲୁ ଗିରି (୩୨) ଓ ନିତାଇ ମାନ୍ନା (୫୦)। ବବୁଲୁ ଓ ନିତାଇଙ୍କ ସମେତ ମୋଟ ୨୦ ଜଣ ଶ୍ରମିକ ଜଳେଶ୍ୱର ରେଳ ଓଭରବ୍ରିଜ କାମ କରୁଥିଲେ। ଶ୍ରମିକମାନେ ପ୍ରତିଦିନ ସକାଳୁ ଜଳେଶ୍ୱରକୁ ଆସନ୍ତି ଓ କାମ ସରିବା ପରେ ଘରକୁ ଫେରନ୍ତି। ଗତକାଲି ମଧ୍ୟ ସେମାନେ ସାନ୍ତ୍ରାଗାଛି ଟ୍ରେନରେ ଯିବା ପାଇଁ ନୂଆବଜାର ରେଳ ଫାଟକ ନିକଟରୁ ଷ୍ଟେସନକୁ ଯାଉଥିଲେ। ରେଳ ଧାରଣାରେ ଚାଲି ଚାଲି ଯାଉଥିବା ବେଳେ ଦୁହିଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା।

   Related Posts