ଗଜପତି ଛେଳିଗଡ଼ ଗାଁରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟଣା : ବାପା, ମାଆଙ୍କୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | October 01, 2018 IST

ଗଜପତି ୧|୧୦: ଗଜପତି ଛେଳିଗଡ଼ ଗାଁରେ ଦୁଇ ଭଉଣୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ମୃତ ଦୁଇ ଝିଅଙ୍କ ବାପା, ମାଆଙ୍କୁ ଅଟକ ରଖିଛି ପୋଲିସ୍ । ବାପା ପ୍ରମୋଦ ଆଚାରୀ ଏବଂ ମାଆ ରାଜେଶ୍ବରୀ ଆଚାରୀଙ୍କୁ ଥାନାରେ ଅଟକ ରଖାଯାଇଛି । ଦୁଇ ଦିନ ତଳେ ସ୍ବପ୍ନା ଆଚାରୀ ଏବଂ ତାଙ୍କ ସାନ ଭଉଣୀ କିରଣ ଆଚାରୀଙ୍କ ମୃତଦେହ ଘର ପଛପଟ କୂଅରୁ ମିଳିଥିଲା । ସ୍ବପ୍ନାଙ୍କ ବାହାଘର ଭୁବନେଶ୍ବରରେ ଠିକ୍ ହୋଇ ସାରିଥିବା ବେଳେ ନିର୍ବନ୍ଧ ମଧ୍ୟ ସରିଥିଲା । ତେବେ ବାହାଘର ଭାଙ୍ଗିଯିବାକୁ ନେଇ ସ୍ବପ୍ନା କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଏବଂ କିରଣ, ସ୍ବପ୍ନାଙ୍କୁ ଅଧିକ ଭଲ ପାଉଥିବାରୁ ସେ ମଧ୍ୟ ସମାନ ପଦକ୍ଷେପ ନେଇଥିବା କହିଥିଲେ ପ୍ରମୋଦ ଏବଂ ତାଙ୍କ ସ୍ତ୍ରୀ । ଜ୍ବାଇଁ ଗଣେଶ ସାହୁ ହିଁ ବାହାଘର ଭାଙ୍ଗିଦେବାରୁ ଏମିତି ଅଘଟଣ ହେଲା ବୋଲି ସେମାନେ କହିଥିଲେ । ତେବେ ବ୍ୟବଚ୍ଛେଦ ପରେ ଦୁଇ ଭଉଣୀଙ୍କର ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିବାରୁ ପୋଲିସର ସନ୍ଦେହ ବାପା-ମାଆଙ୍କ ଉପରକୁ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.