ବେକରେ ଓଢଣି ଲଗାଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ
12/06/2018 at 4:39 AM

ବରଗଡ ଟାଉନ ଥାନା ନିଗମାନନ୍ଦ ବିହାରରେ ଚାଞ୍ଚଲ୍ୟ । ବେକରେ ଓଢଣି ଲଗାଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ । ମୃତ ସାନ ଉଭଣୀ ପ୍ରିୟଙ୍କା ଶର୍ମା । ଗୁରୁତର ଅବସ୍ଥାରେ ବଡ ଭଉଣୀ ଗୁଡିଆ ଶର୍ମାଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଘର ଭିତରେ ଏମାନେ ବେକରେ ଓଢଣି ଲଗାଇ ଫ୍ୟାନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଡାକ୍ତରଖାନାରେ ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବିହାରର ମୂଳ ବାସିନ୍ଦା ସ୍ବର୍ଗତ ରାମ ନାରାୟଣ ଶର୍ମାଙ୍କ ୩ ପୁଅ ଓ ୨ ଝିଅ ୨୦ ବର୍ଷ ହେବ ନିଗମାନନ୍ଦ ବିହାରରେ ରହିଆସୁଥିଲେ । ତେବେ ୨ ଭଉଣୀ କଣ ପାଇଁ ଏପରି ଆତ୍ମହତ୍ୟାର ନିଷ୍ପତି ନେଇଥିଲେ ତାହା ଜଣାପଡିନି । ବରଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଠାବ ହେଲା ମୃତଦେହ, ହତ୍ୟା ସନ୍ଦେହ
26 February 2021
ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
26 February 2021
ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
26 February 2021
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
26 February 2021