ସଉତୁଣୀ ହେବାକୁ ୨ ଭଉଣୀଙ୍କ ମନ, ଗୋଟିଏ ପୁଅକୁ ବାହା ହେବାକୁ କରୁଛନ୍ତି ଜିଦ୍…
8/04/2021 at 11:31 AM

ମେରଠ ୦୮।୦୪: ଦୋ ଫୁଲ୍ ଏକ ମାଲି । ଗୋଟିଏ ପ୍ରେମିକକୁ ୨ ପ୍ରେମିକା, ସେ ପୁଣି ୨ ଭଉଣୀ । ଜଣେ ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରିଛନ୍ତି ୨ ଭଉଣୀ । ପୋଲିସକୁ ହାତ ଯୋଡି ଅନୁରୋଧ କରୁଛନ୍ତି ୨ ନାବାଳିକା ଭଉଣୀ । ‘ଆମେ ଦୁଇ ଭଉଣୀ ଜଣଙ୍କୁ ଭଲ ପାଇଛୁ, ତାଙ୍କ ସହିତ ଆମର ବିବାହ କରାଇଦିଅନ୍ତୁ।’ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଉତ୍ତରପ୍ରଦେଶର ମେରଠରେ ଦେଖିବାକୁ ମିଳିଛି ଏପରି କିଛି ଅଜବ-ଗଜବ ପ୍ରେମ ।
ଥାନାକୁ ଆସିଥିବା ୨ଭଉଣୀଙ୍କ କହିବାନୁସାରେ , ମେରଠ ଅଞ୍ଚଳର ୨ ନାବାଳିକା ଘରୁ ଫେରାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉଭୟ ନାବାଳିକା ଜଣେ ପୁଅକୁ ଭଲ ପାଉଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଛନ୍ତି । ପୋଲିସ ଏକଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଉଭୟଙ୍କୁ ବହୁ ସମୟ ଧରି ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ କୌଣସି ଫଳ ମିଳିନଥିଲା । ଏପିରିକି ଭଉଣୀମାନେ ପୋଲିସକୁ ଚେତାବନୀ ମଧ୍ୟ ଦେଉଛନ୍ତି । ଯଦି ସେମାନଙ୍କ ବିବାହ ସେହି ଯୁବକଙ୍କ ସହ ନହୁଏ, ତେବେ ସେମାନେ କିଛି ବି କରିପାରନ୍ତି ।
ସେପଟେ ପୋଲିସ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ପୁରା ମାମଲା ସଂପର୍କରେ ଖବର ଦେଇଥିଲା । ସଂପର୍କୀୟ ଓ ପରିବାର ଲୋକ ଗଙ୍ଗନଗର ଥାନାରେ ପହଞ୍ଚିଥିଲେ । ଥାନାରେ ବୁଝାସୁଝା ପରେ ଉଭୟଙ୍କୁ ଘରକୁ ନିଆଯାଇଛି ।