ଆଇଏ, ବିଏ ପାଠ ପଢ଼ିଛନ୍ତି - ବିକୁଛନ୍ତି ପରିବା: ଫୁଟ୍‌ପାଥରେ ବିତୁଛି ୨ ଭଉଣୀଙ୍କ ଜୀବନ

Published By : Prameya-News7 Bureau | October 20, 2020 IST

ବାଲେଶ୍ବର୨୦/୧୦: ଘରର ଅଭାବ ଆଉ ଦାରିଦ୍ୟ ତାଙ୍କୁ ରାସ୍ତା କଡ଼କୁ ଟାଣି ଆଣିଛି। ସକାଳରୁ ସନ୍ଧ୍ୟା, ଆଉ ସନ୍ଧ୍ୟାରୁ ସକାଳ ଜୀବନ ବିତୁଛି ଫୁଟ୍ ପାଥରେ। ସେହି ଅଭାବ ଅନଟନ ତାଙ୍କୁ ଆଜି ଆତ୍ମନିର୍ଭରଶୀଳ କରିଦେଇଛି। ଆମେ କହୁଛୁ ବାଲେଶ୍ବର ସହରର ଦୁଇ ଉଚ୍ଚ ଶିକ୍ଷିତା ଭଉଣୀଙ୍କ କଥା। ରାସ୍ତା କଡ଼ରେ ବସି ପରିବା ବିକିବା ସହ ରାତିରେ ଫୁଟ୍‌ ପାଥରେ ଶୋଇ ପଡୁଛନ୍ତି। ତାହାରି ଭିତରେ ସମୟ ତାଙ୍କ ଦେହ ଆଉ ମୁହଁରେ ଲଗାଇ ଦେଇଛି ବୟସର ଦାଗ।

wp:html /wp:html

ଶୂନଶାନ କିଟ୍‌ କିଟ୍ ଅନ୍ଧାର ରାତିରେ ସହର ଭିତରେ ସାଙ୍ଗରେ ମାଆଙ୍କୁ ଧରି ଜୀବନ କାଟୁଛନ୍ତି ଦୁଇ ଭଉଣୀ, ଆଉ ଏହି ଟ୍ରଲିର ଚାଳକ ବି ଏହି ଯୁବତୀ । ଏ କରୁଣ ଚିତ୍ର ବାଲେଶ୍ବର ସହରର କଚେରୀ ରୋଡରେ ଦେଖିବାକୁ ମିଳିଛି। ବଜାର ବନ୍ଦ ହେବା ପରେ ଟ୍ରଲିରେ ନିଜ ଦୋକାନକୁ ସାଇତି ଦିଅନ୍ତି। ଆଉ ରାତି ପାହିଲେ ପୁଣି ସେହି ଟ୍ରଲିକୁ ନେଇ ସେହି ସ୍ଥାନରେ ପହଁଞ୍ଚି ଯାଆନ୍ତି। ବର୍ଷ ବର୍ଷ ଧରି ଏଭଳି ଜୀବନ କାଟୁଛନ୍ତି ଦୁଇ ଭଉଣୀ। ପର ଦୋକାନ ବାରଣ୍ଡାରେ ଏମାନେ ଟିକେ ରାତିରେ ଶୋଇପଡନ୍ତି। ବଡ ଭଉଣୀ ବିଏ ପାସ୍ କରିଥିବା ବେଳେ ସାନ ଭଉଣୀ ଆଇଏ ପାସ୍ କରିଛି । ଘରର ଅଭାବ ଆଉ ଦାରିଦ୍ର୍ୟ ପାଇଁ ଏମାନେ ଏହି ବେଉସାକୁ ଆଦରି ନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.