Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଦୁଃଖଦ : ଶୋଇଥିବା ବେଳେ କାମୁଡି ଦେଲା ସାପ, ଦୁଇ ଭଉଣୀଙ୍କ ମୃତ୍ୟୁ

28/10/2020 at 3:44 PM

ସୁବର୍ଣ୍ଣପୁର ୨୮।୧୦: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପଞ୍ଚମହଲା ଗାଁରେ ଅତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବିଷଧର ସାପ କାମୁଡାରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ପଞ୍ଚମହଲା ଗାଁର ଗୋପାଲ ଜଗଦଲାଙ୍କ ଦୁଇ ଝିଅ ୧୩ ବର୍ଷର ଅର୍ଚ୍ଚିତା ଜଗଦଲା ଏବଂ ସାନ ଝିଅ ୧୨ ବର୍ଷର ନିଖିତା ଜଗଦଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।

ମଙ୍ଗଳବାର ଦୁଇ ଭଉଣୀ ବାପା-ମା’ଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ ଅର୍ଚ୍ଚିତାଙ୍କ କାନରେ ଏବଂ ନିଖିତାଙ୍କ ଗୋଡକୁ କାମୁଡି ଦେଇଥିଲା । ପରିବାର ଲୋକେ ସାପ କାମୁଡିଥିବାର ଜାଣିପାରିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ଆଣିଥିଲେ । ତେବେ ଉଭୟ ଭଉଣୀଙ୍କୁ ଆଜି ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୋଟିଏ ଦିନରେ ଗୋଟିଏ ପରିବାର ଦୁଇ ଦୁଇ ଜଣ ସଦସ୍ୟଙ୍କ ସାପ କାମୁଡାରେ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୋନପୁର ପୋଲିସ ଦୁଇ ଭଉଣୀଙ୍କ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇଛି ।

   Related Posts