Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦୁଇ ଭଉଣୀକୁ ଅପହରଣ କରି ଗଣଦୁଷ୍କର୍ମ ; ଅଟୋ ଡ୍ରାଇଭର ଗିରଫ

17/11/2018 at 1:31 PM

ଅଗରତାଲା ୧୭|୧୧: ତ୍ରିପୁରା ଉନାକୋଟି ଜିଲ୍ଲାରେ ୧୩ବର୍ଷୀୟ ନାବାଳିକା ଏବଂ ତାର ବଡ ଭଉଣୀଙ୍କୁ ଅପହରଣ କରିବା ସହ ଗଣ ଦୁଷ୍କର୍ମ କରାଯାଇଛି । ଦୁଇ ଦିନ ଧରି ଉଭୟଙ୍କୁ ଏକ ଘରେ ରଖି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଦୁଇ ଭଉଣୀ କୌଣସି କାମରେ କୈଳାଶହର ସହରକୁ ଯାଇଥିଲେ । ଯାହା ତାଙ୍କ ଘର ଅଗରତାଲାଠାରୁ ୧୪୦ କିଲୋମିଟର ଦୂର । କୈଳାଶହରରୁ ଘରକୁ ଫେରିବା ପାଇଁ ଏକ ବ୍ରିଜ୍ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ଅଟୋ ସେହି ବାଟ ଦେଇ ଯାଉଥିଲା । ଅଟୋ ଡ୍ରାଇଭର ସେମାନଙ୍କୁ ନେଇ ତାଙ୍କ ଘରେ ଛାଡିଦେବା ପାଇଁ କହିଥିଲା । ସେମାନେ ଅଟୋରେ ବସି ଯାଇଥିଲେ । ହଠାତ୍ ଅଧା ବାଟରେ ଅଟୋ ଚାଳକ ତାର ଦୁଇ ଜଣ ବନ୍ଧୁକୁ ମଧ୍ୟ ଅଟୋରେ ବସାଇ ନେଇଥିଲେ । ମାତ୍ର ଦୁଇ ଉଭଣୀଙ୍କୁ ଘରେ ଛାଡିବା ପରିବର୍ତ୍ତେ ଅଟୋ ଚାଳକ ସହ ସେହି ଦୁଇ ଜଣ ସେମାନଙ୍କ ମୁହଁକୁ କପଡାରେ ବାନ୍ଧି ଖୋଓ୍ବଇ ଜିଲ୍ଲାର ତେଲିଆମୁରା ସହରକୁ ନେଇଯାଇଥିଲେ । ଏହାପରେ ଦୁଇ ଭଉଣୀଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ । ତିନି ଜଣ ମିଶି ଉଭୟଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ଘରଲୋକ ଉଭୟଙ୍କୁ ଖୋଜାଖୋଜି କରି ନପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ମାଆଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଖୋଜା ଖୋଜି କରି ଉଭୟଙ୍କୁ ଉଦ୍ଧାର କରିବା ସହ ଅଟୋ ଡ୍ରାଇଭରକୁ ଗିରଫ କରିଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଥିବା ଏଏସପି ବିପ୍ଳବ ଦେବ କହିଛନ୍ତି ।

   Related Posts