୨ ଭଉଣୀ ନଦୀକୁ ଡ଼େଇଁବା ଘଟଣା: ଚପଲ୍ ପଡିଛି, ସ୍କୁଟି ଅଛି ହେଲେ ମୃତଦେହର ପତ୍ତା ମିଳୁନି, ରହିଛି କି ଅନ୍ୟ କିଛି କାରଣ...

Published By : Prameya-News7 Bureau | October 16, 2020 IST

ବଲାଙ୍ଗୀର୧୬/୧୦: ଏକାସାଙ୍ଗରେ ୨ ଭଉଣୀ ନଦୀକୁ ଡ଼େଇଁ ପଡିବା ଘଟଣାକୁ ୪୮ ଘଣ୍ଟା ବିତିଗଲାଣି। ହେଲେ ଦୁଇ ଭଉଣୀ କୁଆଡ଼େ ଗଲେ, କାହିଁକି ଆତ୍ମହତ୍ୟା କଲେ, ତାହାର କୌଣସି ସୁରାଗ ମିଳି ପାରି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏକାସାଙ୍ଗରେ ୨ ଭଉଣୀ କାହିଁକି ଆତ୍ମହତ୍ୟା କଲେ? ସେମାନେ ବର୍ତ୍ତମାନ ମୃତ ନା ଜୀବିତ, ତାହା ସ୍ପଷ୍ଟ ହୋଇ ନାହିଁ। ଏ କଥା ଏଥିପାଇଁ କୁହାଯାଉଛି, ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମୃତଦେହ ମିଳି ନାହିଁ। 

{"id":345370,"sizeSlug":"large"}

ଏ ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ପାରିବାରିକ କଳହ ଯୋଗୁଁ ୨ ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଣି କିଏ, କିଏ କହୁଛନ୍ତି ଯେ, ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥାଇପାରେ। ନଦୀକୁ ଡ଼େଇଁବା ପଛରେ ଅନ୍ୟ କିଛି କାରଣ ରହିଛି କି? ବର୍ତ୍ତମାନ ସୁଦ୍ଧା ଏ ସବୁ ପ୍ରଶ୍ନର ଉତ୍ତର ପୋଲିସ୍ ଖୋଜି ପାଉ ନାହିଁ। ହେଲେ ଏପର୍ଯ୍ୟନ୍ତ ପ୍ରକୃତ ସତ ସାମ୍ନାକୁ ଆସି ପାରି ନାହିଁ। ସେପଟେ ତୁଷୁରା ବ୍ରିଜ୍ ଉପରେ ସ୍କୁଟି ଓ ଜୋତା ରହିଛି। କିନ୍ତୁ ମୃତଦେହର ଏପର୍ଯ୍ୟନ୍ତ ସନ୍ଧାନ ମିଳିପାରି ନାହିଁ। ଯେପର୍ଯ୍ୟନ୍ତ ମୃତଦେହ ମିଳି ନାହିଁ, ୨ ଭଉଣୀ ଆତ୍ମହତ୍ୟା କରିଥିବା କହିବା ସମ୍ପୂର୍ଣ୍ଣ ଭୁଲ୍।

{"id":345371,"sizeSlug":"large"}

ସୂଚନାଥାଉକି ଗତକାଲି ତୁଷୁରା ବ୍ରିଜ ଉପରୁ ତେଲ ନଦୀକୁ ୨ ଭଉଣୀ ଡ଼େଇଁ ପଡିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ୍ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି। ଗତକାଲି ଅପରାହ୍ନରେ ଗୁଡ଼ଭେଲାର ଗୋଟିଏ ପରିବାରର ଦୁଇ ଭଉଣୀ ତୁଷୁରା ଶୁକ ତେଲ ନଦୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରୁଛି ପୋଲିସ୍। ବ୍ରିଜ ନିକଟରୁ ଗୋଟିଏ ସ୍କୁଟି ଓ ଦୁଇ ହଳ ଚପଲ ଜବତ କରିଛି ପୋଲିସ। ସେପଟେ ଦୁଇ ଭଉଣୀ ଅନମୋଲ ଅଗ୍ରୱାଲ୍ ଓ ଆଞ୍ଚଲ୍ ଅଗ୍ରୱାଲ ଏଭଳି ପଦକ୍ଷେପ କାହିଁକି ନେଲେ ସେ ନେଇ ନାହିଁ ସ୍ପଷ୍ଟ ସୂଚନା ମିଳି ପାରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.