୨ ଭଉଣୀ ନଦୀକୁ ଡ଼େଇଁବା ଘଟଣା: ମିଳୁ ନାହିଁ ଗନ୍ଧ-ବାସ୍ନା, ତଦନ୍ତରେ ପଡିଗଲା କି ପୂର୍ଣ୍ଣଚ୍ଛେଦ?

Published By : Prameya-News7 Bureau | November 13, 2020 IST

ବଲାଙ୍ଗୀର୧୩/୧୧: ୨ ଭଉଣୀ ଏକାସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାରେ ଏପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି। ୨ ଭଉଣୀ ନଦୀକୁ କାହିଁକି ଡେଇଁଲେ? କାହିଁକି କଲେ ଆତ୍ମହତ୍ୟା, ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ।

{"id":360901,"sizeSlug":"large"}

୨ ଭଉଣୀଙ୍କ ମୃତ୍ୟୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତ ଘଟଣା କଣ, ସେ ସଂପର୍କରେ କୌଣସି ସୁରାଗ ମିଳି ପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହିଁ। ଏପର୍ଯ୍ୟନ୍ତ ଏହି ଘଟଣା ସଂପର୍କରେ ଗନ୍ଧ ବାସ୍ନା ମିଳି ନାହିଁ। ୨ ଭଉଣୀଙ୍କ ମୃତ୍ୟୁ  ଘଟଣା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି।

{"id":360902,"sizeSlug":"large"}

ବ୍ରିଜ୍ ଉପରେ ସ୍କୁଟି ଏବଂ ଦୁଇ ହଳ ଚପଲ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ । ସ୍କୁବା ଡାଇଭର, ଦୁଇ ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ । ତେବେ ୭୨ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

{"id":360903,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ୍ ଉପରୁ ତେଲ ନଦୀକୁ ଦୁଇ ଭଉଣୀ ୨୨ ବର୍ଷ ବୟସ୍କା ଅନମୋଲ ଅଗ୍ରଓ୍ବାଲ ଓ ୧୯ ବର୍ଷ ବୟସ୍କ ଆଞ୍ଚଲ ଅଗ୍ରଓ୍ବାଲ ଡେଇଁ ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.