ଜଳେଶ୍ବରରେ ଲଜ୍ଜା : ଗେଷ୍ଟହାଉସରେ ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ! ଦିଘା ବୁଲିବାକୁ ଆସିଥିଲେ

Published By : Prameya-News7 Bureau | July 10, 2019 IST

ଜଳେଶ୍ବର ୧୦|୭: ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସାହାବାଜିପୁର କିଆଁଗଡିଆର ଘଟିଛି ଘଟଣା । ସ୍ଥାନୀୟ ମଠ ସମ୍ମୁଖ ସୁଭଦ୍ରା ଗେଷ୍ଟ ହାଉସରେ ଦୁଷ୍କର୍ମ ଅଭିଯୋଗ ହୋଇଛି ।

{"id":132146}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ହାୱଡା ଅଞ୍ଚଳରୁ ଦିଘା ବୁଲିବାକୁ ଆସିଥିଲେ ଦୁଇ ଭଉଣୀ । ଗତକାଲିଠାରୁ ସୁଭଦ୍ରା ଗେଷ୍ଟ ହାଉସରେ ରହୁଥିଲେ । ଗେଷ୍ଟ ହାଉସରେ ଉଭୟଙ୍କୁ ଉଲଗ୍ନ କରି ଭିଡିଓ ସୁଟିଂ କରିଥିଲେ ଗେଷ୍ଟ ହାଉସ୍ ମାଲିକ ଓ କର୍ମଚାରୀ । ବିରୋଧ କରିବାକୁ ଉଭୟଙ୍କୁ ନିସ୍ତୁକ ପିଟିଥିଲେ କର୍ମଚାରୀ । ଫଳରେ ଜୀବନ ବିକଳରେ ଉଲଗ୍ନ ଅବସ୍ଥା ଦୌଡି ପଳାଇଥିଲେ ଦୁଇ ଭଉଣୀ ।

{"id":132144}

ଘଟଣା ପରଠୁ ସାନ ଭଉଣୀ ନିଖୋଜ ଥିବାବେଳେ ବଡ ଭଉଣୀର ଅଭିଯୋଗ କ୍ରମେ ତାଳସାରୀ ମେରାଇନ ପୋଲିସର ତଦନ୍ତ ଆରମ୍ଭ କରିଛି । ଗେଷ୍ଟ ହାଉସ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଛିନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.