ଅନୁଗୋଳ ଖମାର ଥାନା ଅର୍ଜ୍ଜୁନଝରି ଗାଁରେ କୂଅରେ ପଡି ଦୁଇ ଭଉଣୀ ମୃତ

Published By : Prameya-News7 Bureau | November 12, 2018 IST

ଅନୁଗୋଳ ୧୨|୧୧:  ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଅଲୁରି ପଂଚାୟତ ଅର୍ଜ୍ଜୁନଝରି ଗାଁରେ ଅଘଟଣ। କୂଅରେ ପଡି ୨ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଲ୍ଲବୀ କିଷାନ ଏବଂ ଲଭଲି କିଷାନ । ସେମାନେ ଅଙ୍ଗନବାଡିରୁ ଖାଇ ସାରି ଘରକୁ ଫେରୁଥିଲା ବେଳେ ଏକ ପରିତ୍ୟକ୍ତ କୂଅରେ ପଡି ସେମାନଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ସହିତ ତାଙ୍କ ଭାଇ ମଧ୍ୟ ଥିଲା । ବଞ୍ଚ୍ ଯାଇଥିବା ଭାଇ ଘରକୁ ଯାଇ କହିବା ପରେ ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଖମାର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖମାର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.