ଭଦ୍ରକ ୧୦|୨: ବାପା ମାଆଙ୍କ ଝଗଡା ଦେଖି ଆତ୍ମହତ୍ୟା କରିଥିଲେ ଦୁଇ ଉଭଣୀ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କ୍ଷୀରସାହିରେ ।
{"id":83946}ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିର ଲକ୍ଷ୍ମୀଧର ଦାଶ ମଦ ପିଇ ଆଜି ଘରକୁ ମାଛ ଆଣିଥିଲେ ରୋଷେଇ ପାଇଁ । ସରସ୍ବତୀ ପୂଜା ଓ ଗାଁରେ ଅଷ୍ଟପ୍ରହରୀ ଚାଲିଥିବାରୁ ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ମନାକରିଥିଲେ । ଫଳରେ ମଦ୍ୟପ ଲକ୍ଷ୍ମୀଧର ତାଙ୍କୁ ମାଡ ମାରିଥିଲେ । ଏହାପରେ ଲକ୍ଷ୍ମୀଧର ଗାଁ ଭିତରକୁ ଚାଲିଯାଇଥିବାବେଳେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ । ଘରେ ରହିଯାଇଥିଲେ ନବମ ଶ୍ରେଣୀରେ ପଢୁଥିବା ରୂପା ଓ ପାଠ ସାରିଥିବା ତାଙ୍କ ବଡ ଭଉଣୀ ମଧୁସ୍ମିତା ।
{"id":83947}ବାପା ମାଆଙ୍କ ଏଭଳି କଳହ ଦେଖି ଦୁଃଖରେ ଭାଙ୍ଗି ପଡିଥିବା ଦୁଇ ଉଭଣୀ ଅନନ୍ୟୋପାୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେକରେ ରଶି ଦେଇ ବଡ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସାନ ଭଉଣୀ ଅନ୍ୟ ଏକ ଘରେ ବିଷ ପିଇଦେଇଥିଲେ । ଘଟଣାସ୍ଥଳରେ ସାନ ଉଭଣୀ ରୂପାର ମୃତ୍ୟୁ ହୋଇଥିବାବେଳେ ବଡ ଭଉଣୀ ମଧୁସ୍ମିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
{"id":83948}