Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଶିକାର ପାଇଁ ଯାଉଥିବା ବେଳେ ୨ଶିକାରୀଙ୍କୁ ଧରିଲା ବନବିଭାଗ : ବନ୍ଧୁକ, ଧନୁ-ତୀର ଜବତ

29/10/2020 at 2:28 PM

ଢେଙ୍କାନାଳ ୨୯।୧୦ : ପୋଲିସ କବ୍‌ଜାରେ ୨ଶିକାରୀ । ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଧରିଲା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ , ଧନୁ ଓ ତୀର ସହ ଅନେକ ସାରଞ୍ଜାମ ଜବତ କରିଛି ବନବିଭାଗ ।

ଖବର ଅନୁଯାୟୀ, କପିଳାଶ ଅଭୟାରଣ୍ୟ ଶିକାର ପାଇଁ ଯାଉଥିବା ବେଳେ ୨ଜଣ ଶିକାରୀଙ୍କୁ ଧରିଛି ବନବିଭାଗ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଧନୁ ତୀର ସହ ଶିକାରୀ ସରଞ୍ଜାମ ଜବତ ହୋଇଛି । ତେବେ ଗିରଫ ଦୁଇ ଶିକାରୀ ହେଲେ ଟୁନା କାରୁଆଡ଼ା ଓ ଟୁଇଁ କୋକଡ଼ାକେଲ ବୋଲି ଜଣାପଡିଛି ।  ଉଭୟଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗାଁର । ସେମାନଙ୍କୁ ପଚରାଉଚରା ଜାରି ରଖିଛି ବନବିଭାଗ । ଏମାନେ କପିଳାଶ ଅଭୟାରଣ୍ୟରୁ ପଶୁ ପକ୍ଷୀ ଶିକାର କରିଥାନ୍ତି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

   Related Posts