Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ମାନିଲେନି କୋଭିଡ୍ ଗାଇଡ୍ ଲାଇନ୍ , ଫାଇନ୍ ସହ ସିଲ୍ ହେଲା ଦୋକାନ

8/07/2020 at 11:00 AM

ବାଲିପାଟଣା ୦୮।୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କେତେକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଯେପରି ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ସେଥିପାଇଁ ମଧ୍ୟ କିଛି ନିୟମ କରିଛନ୍ତି । କିନ୍ତୁ କିଛି ଲୋକ ଏହାର ବ୍ୟବହାର କରିବା ପରିବର୍ତ୍ତେ ଏହାକୁ ମାନୁନାହାନ୍ତି । ଯେପରି ବାଳକାଟି ବଜାର କିଛି  ଦୋକାନୀ କୋଭିଡ୍‌ ଗାଇଡ୍ ଲାଇନ୍ ମାନିଲେନି । ବାଧ୍ୟ ହୋଇ ଫାଇନ୍ ଦେବା  ସହ ଦୁଇଟି ତେଜରାତି ଦୋକାନକୁ ସିଲ୍‌ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

ଭୁବନେଶ୍ଵର ଉପକଣ୍ଠ ବାଳକାଟି ବଜାର ଉପରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ଵର ଉପ- ଜିଲ୍ଲାପାଳ ଏବଂ ବାଲିଅନ୍ତା ବିଡ଼ିଓଙ୍କର ଏକ ଟିମ୍ ଅଚାନକ ଚଢାଉ କରିଥିଲେ । ବଜାରର ହୃଷିକେଶ ସାହୁ ଏବଂ ସନାତନ ସାହୁଙ୍କ ତେଜରାତି ଦୋକାନ ରେ ସାମାଜିକ ଦୂରତାକୁ ଭଙ୍ଗ କରାଯାଇଥିବା ଜିଲ୍ଲାପାଳ ଦେଖିଥିଲେ । ଦୁଇଟି ଦୋକାନିଙ୍କ ଠାରୁ ୧୦ ହଜାର ଟଙ୍କା ଫାଇନ ସହ ଦୁଇ ଦୋକାନକୁ ସିଲ୍ କଲେ ଜିଲ୍ଲାପାଳ । ବାରମ୍ବାର ସଚେତନା ସତ୍ୱେ କୋଭିଡ୍ ଗାଇଡଲାଇନକୁ ଅନେକ ମାନୁନ ଥିବାର ଦେଖାଯାଉଥିଲା । ଏହାର ଖବର ପାଇ ଜିଲ୍ଲା ପ୍ରଶାସନର ପକ୍ଷରୁ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

   Related Posts