କରୋନା ଆକ୍ରାନ୍ତଙ୍କ ସହ ହାତ ମିଳାଇଥିଲେ ଏବେ ନିଜ ଘର ଭିତରେ ନିଜେ ବନ୍ଦୀ

Published By : Prameya-News7 Bureau | March 10, 2020 IST

ଓ୍ବାଶିଂଟନ୍ ୧୦।୩: କରୋନା ଭାଇରସ୍ କୁ ଲୋକେ ଏତେ ଭୟ କରୁଛନ୍ତି ଯେ, ନିଜକୁ ନିଜେ ଘରେ ବନ୍ଦ କରି ରଖୁଛନ୍ତି । ଆମେରିକାରେ ମୋଟ୍ ୪୧୪ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ତେବେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏତିକି ବେଳେ ଆମେରିକାର ଦୁଇ ସାଂସଦ ନିଜକୁ ନିଜେ ନଜରବନ୍ଦୀରେ ରଖିଛନ୍ତି । ଅର୍ଥାତ୍ ନିଜ ଘରେ ନିଜକୁ ବନ୍ଦ କରି ରଖିଛନ୍ତି |

{"id":235860,"sizeSlug":"large"}

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଆମେରିକାର ଏହି ଦୁଇ ସାଂସଦ ହେଇଛନ୍ତି ଟେଡ୍ କ୍ରୁଜ୍ ଏବଂ ପଲ୍ ଗୋସର। ଉଭୟ ଆମେରିକୀୟ ନେତା ରିପବ୍ଲିକାନ୍ ପାର୍ଟିର । ଯେତେବେଳେ ଉଭୟ ଜାଣିବାକୁ ପାଇଲେ ଯେ ସେମାନେ କରୋନା ଭାଇରସରେ ପୀଡିତ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ନିଜ ଘରେ ବନ୍ଦ କରି ରଖିଛନ୍ତି ।

୨୬ ଫେବୃଆରୀରୁ ଏଭଳି ଘଟଣା ଘଟିଥିଲା । ଯେତେବେଳେ ଉଭୟ ସାଂସଦ କନସରଭେସ ପଲିଟିକାଲ ଆକ୍ସନ କନଫରେନ୍ସରେ ଯାଇଥିଲେ ।

{"id":235861,"sizeSlug":"large"}

ଏହି କନଫରେନ୍ସରେ ବିଷୟ ଥିଲା ଆମେରିକା ବନାମ ସମାଜବାଦ । ଏହି ସମ୍ମିଳନୀ ଆୟୋଜନ କରିଥିବା ଆମେରିକୀୟ କନସରଭେଟିଭ ୟୁନିଅନର ଚେୟାରମ୍ୟାନ୍ ମ୍ୟାଟ୍ ସ୍କ୍ଲାପ୍ କହିଛନ୍ତି ଯେ ଦୁଇ ସାଂସଦଙ୍କୁ କରୋନା ସଂକ୍ରମିତଙ୍କୁ ଭେଟିବା ଏକ ଦୁର୍ଘଟଣା ଥିଲା ।

ଚେୟାରମ୍ୟାନ୍ ମ୍ୟାଟ୍ ସ୍କ୍ଲାପ୍ କହିଛନ୍ତି ଯେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଏଭଳି ଲାଗିଥିଲା ଯେ ସେ ସୁସ୍ଥ ଅଛନ୍ତି। କିନ୍ତୁ ତାହା ସେପରି ନଥିଲା । ବର୍ତ୍ତମାନ ସେହି ବ୍ୟକ୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।

{"id":235862,"width":577,"height":323,"sizeSlug":"large"}

ସାଂସଦ ଟେଡ କ୍ରୁଜ କହିଛନ୍ତି ଯେ ସେହି କନଫରେନ୍ସରେ ସେ କରୋନା ପୀଡିତଙ୍କୁ ମାତ୍ର ଏକ ମିନିଟ୍ ପାଇଁ ଭେଟିଥିଲେ। ହାତ ମିଳାଇ ଏକ ସଂକ୍ଷିପ୍ତ ବାର୍ତ୍ତାଳାପ କରିଥିଲେ |

କ୍ରୁଜ୍ କହିଛନ୍ତି ଯେ ତାଙ୍କଠାରେ ବର୍ତ୍ତମାନ କରୋନାର କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ଜାଣିଶୁଣି ଟେକ୍ସାସରେ ଥିବା ତାଙ୍କ ଘରେ ନିଜକୁ ବନ୍ଦ କରି ରଖିଛନ୍ତି । ଫଳରେ ତାଙ୍କ ଯୋଗୁଁ ଅନ୍ୟ କାହାକୁ ସଂକ୍ରମଣ ନ ହେଉ ।

{"id":235863,"width":576,"height":504,"sizeSlug":"large"}

ସେହିଭଳି ପଲ୍ ଗୋସର କହିଥିଲେ ଯେ ସେ ଦୀର୍ଘ ଦିନ ଧରି କରୋନା ଭାଇରସ୍ ପୀଡିତ ବ୍ୟକ୍ତିଙ୍କ ସହ ଥିଲେ। ଏହି ସମୟରେ ସେ ସେହି ବ୍ୟକ୍ତିଙ୍କ ସହ ଅନେକ ଥର ହାତ ମିଳାଇଥିଲେ। ତାଙ୍କଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ । କିନ୍ତୁ ସେ ନିଜକୁ ନିଜେ ଏରିଜୋନା ସ୍ଥିତ ଘରେ ବନ୍ଦ କରି ରଖିଛନ୍ତି ।

ଉଭୟ ସାଂସଦ ମଧ୍ୟ କାର୍ଯ୍ୟାଳୟ ବନ୍ଦ କରି ରଖିଛନ୍ତି। ୧୪ ଦିନ ପରେ ଉଭୟ ନିଜ ଘରୁ ବାହାରିବେ | ପୁନର୍ବାର ସେମାନଙ୍କର କରୋନା ପରୀକ୍ଷଣ କରାଯିବ | ଏହାପରେ, ସେମାନେ ବାହାରକୁ ବାହାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.