Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆସିକାରେ ସ୍କୁଲ ନିକଟରେ ବିସ୍ଫୋରଣ, ଦୁଇ ଛାତ୍ର ଗୁରୁତର

20/07/2019 at 10:35 AM

ଆସିକା ୨୦|୭: ସ୍କୁଲ ନିକଟରେ ବିସ୍ଫୋରଣ ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ମାଗୁଣା ଗାଁ ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ସ୍କୁଲ ଯିବା ସମୟରେ ବିସ୍ଫୋରଣ ହେବା ଫଳରେ ସ୍କୁଲର ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ଅଧିକ ଗୁରୁତର ହେବାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଛାତ୍ର ୭ମ ଶ୍ରେଣୀର ଛାତ୍ର ରାଜା ନାହକ ଏବଂ ତନ୍ମୟ ସାହୁ । ସେମାନଙ୍କ ହାତ, ମୁହଁ ଏବଂ ଗାଲରେ ଆଘାତ ଲାଗିଛି ।

ମାଗୁଣା ନିକଟରେ ଥିବା ପାହାଡରେ ପଥର ବିସ୍ଫୋରଣ କରାଯାଉଥିଲା । ପିଲାମାନେ ସେହି ବାଟ ଦେଇ ଯିବାବେଳେ ବିସ୍ଫୋରକକୁ ହାତରେ ଧରିଥିଲେ । ଫଳରେ ସେମାନଙ୍କ ହାତରେ ତାହା ବିସ୍ଫୋରଣ ହୋଇଯାଇଥିଲା । ଫଳରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts