Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୌଚ କରୁଥିବା ୨ ଦଳିତ ଶିଶୁଙ୍କୁ ପିଟିପିଟି ହତ୍ୟା, ଦେଶରେ ଚାଞ୍ଚଲ୍ୟ

25/09/2019 at 9:54 PM

ଶିବପୁରୀ: ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା ଭାବଖେଡୀ ଗାଁରେ ଘଟିଛି ଅଭାବନୀୟ ଘଟଣା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୌଚ କରୁଥିବା ଗୋଟିଏ ପରିବାରର ୨ଜଣ ଦଳିତ ଶିଶୁଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବୁଧବାର ସକାଳେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ମାମଲାରେ ସିରସୋଦ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ହେକିମ ଯାଦବ ଓ ତାଙ୍କ ଭାଇ ରାମେଶ୍ୱର ଯାଦବ। ପିଲା ୨ଟି କାର୍ଯ୍ୟାଳୟ ସମ୍ମୁଖ ସଡକ କଡରେ ଶୌଚ କରୁଥିବା ଦେଖି ରାମେଶ୍ୱର ସେମାନଙ୍କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।  

ମୃତ ଶିଶୁ ଦୁଇ ଜଣ ହେଉଛନ୍ତି ରୋଶନୀ ବାଲ୍ମିକୀ (୧୨) ଓ ତାଙ୍କ ଭାଇ ଅବିନାଶ ବାଲ୍ମିକୀ (୧୦) । ସକାଳେ ଭାଇଭଉଣୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକଡକୁ ଶୌଚ ଲାଗି ଯାଇଥିବା ବେଳେ ରାମେଶ୍ୱର ଯାଦବ ପହଞ୍ଚି ନିସ୍ତୁକ ମାଡ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଭାଇ ଭଉଣୀ ଅଚେତ ହୋଇଯାଇଥିଲେ। ସେମାନଙ୍କୁ ହସ୍ପିଟାଲକୁ ନିଆ ଯିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

ମୃତ ଶିଶୁଙ୍କ ପିତା ମନୋଜ ବାଲ୍ମିକୀଙ୍କ ଅନୁସାରେ ତାଙ୍କ ଗାଁ ଯାଦବ ବହୁଳ ଓ ସେମାନଙ୍କ ପରିବାର ସହ ଜାତିଆଣ ବ୍ୟବହାର କରାଯାଉଥିଲା। ମନୋଜ ମୂଲ ମଜୁରୀ କରି ପରିବାର ଚଳାଉଥିଲେ। ତେବେ ଯାଦବମାନେ ସେମାନଙ୍କ କାମ କମ ମଜୁରିରେ କରିବାକୁ ବାଧ୍ୟ କରୁଥିଲେ। ଏଥିଲାଗି କିଛି ଦିନ ପୂର୍ବରୁ ଦୁଇ ଭାଇଙ୍କ ସହ ମନୋଜଙ୍କ ଝଗଡା ବି ହୋଇଥିଲା। ତେବେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା ଓ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନରେ ଗିରଫ କରିଥିବା ଥାନା ଆଇଆଇସି ଆର.ଏସ୍.ଧାକ୍କଡ କହିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଏହାକୁ ନିନ୍ଦା କରିଥିବା ବେଳେ ଗାଁକୁ ଦଳିତ ସଙ୍ଗଠନ ଓ ରାଜନେତାଙ୍କ ସୁଅ ଛୁଟିଛି। ଏଣୁ ସତର୍କତା ସ୍ୱରୂପ ଗାଁରେ ଜିଲ୍ଲା ପ୍ରଶାସନସ ପକ୍ଷରୁ ଅତିରିକ୍ତ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଛି।

   Related Posts