Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଚୋରି କୋଇଲା ରୋକିବା ହେଲା କାଳ ; RPF ଯବାନଙ୍କୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର

24/02/2021 at 10:40 AM

ଭଦ୍ରକ ୨୪।୦୨: ଆରପିଏଫ୍‌ ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି ଘଟଣା ।

 ଖବର ଅନୁଯାୟୀ, ଧାମରାରୁ ଆସୁଥିବା ଟ୍ରେନ୍‌ ଯୋଗେ ବ୍ୟାପକ ପରିମାଣରେ ଚୋରା କୋଇଲା ଚାଲାଣ ହେଉଛି । ଚୋରା କୋଇଲାକୁ ସ୍ଥାନୀୟ ଲୋକ ବେଆଇନ୍‌ ଇଟାଭାଠିରେ ବ୍ୟବହାର କରିଥାନ୍ତି ।  ଯାହାର ଅଭିଯୋଗ ଆସିବା ପରେ ଆରପିଏଫ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ଆରପିଏଫର ଟିମ ଖବର ପାଇ ୮ ଜଣିଆ ଟିମ ପଳାସପୁରରେ ଚଢ଼ାଉ କରି ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲା । ତେବେ ଏହି ସମୟରେ ସ୍ଥାନୀୟ ଅଞ୍ଚଳ ୨୦ ରୁ ୩୦ଜଣ ଲୋକେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ଆରପିଏଫର ୨ଜଣ କର୍ମଚାରୀ ମୁକେଶ କୁମାର ଓ ପୂର୍ଣ ଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରଥମେ ତିହିଡି ଏବଂ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।

   Related Posts