ଲୋକେ-ଲୁଟେରା ଛକାଛକି : ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଡାଇନେଲେ ଦୁର୍ବୁତ୍ତ, ଦୁଇ ରାଉଣ୍ଡ ଗୁଳି ଫୁଟାଇ ବାଇକ ଛାଡି ଦୌଡିଲେ

Published By : Prameya-News7 Bureau | October 09, 2021 IST

ସୋର ୦୯ /୧୦: ଗାଁ ଲୋକେ ଛକିଲେ ତଥାପି ଖସିଗଲେ ଲୁଟେରା କିନ୍ତୁ ଭୟରେ ବାଇକ୍‌ ଛାଡି ଛୁ ମାରିଲେ । ବାଲେଶ୍ବର ଜିଲ୍ଲା ବାହାନଗା ଅନ୍ତର୍ଗତ ତଳକୁରୁଣିଆ ଛକରେ ଘଟିଛି ଏପରି ଘଟଣା । ବାଇକ୍‌ ଆରୋହୀ ଲୁଟେରା ତାଳକୁରୁଣିଆ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌କରିଥିଲେ । ଏହି ଖବର ପାଇ ଲୋକେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କଲାବେଳେ ଦୁଇ ରାଉଣ୍ଡ ଗୁଳି ଚଳାଇ ବାଇକ ଛାଡି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି l

ତଳକୁରୁଣିଆ ଛକରେ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକୁଟିଆ ପାଇ ତାଙ୍କ ସ୍କୁଟିକୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ତାଙ୍କ ବେକରୁ ସୁନା ଚେନ ଛିଡ଼ାଇନେଇ ପଳାଇ ଯାଉଥିଲେ । ଏହି ସମୟରେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଦୁର୍ବୁର୍ତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । କିନ୍ତୁ ଲୁଟେରା ଖସି ପଳାଉଥିବା ଖବରପାଇ ଛବାଟିଆ ଛକରେ କିଛି ଲୋକ ରୁଣ୍ଡ ହୋଇଥିଲେ । ସେମାନେ ଦ୍ରୁତଗତିରେ ଆସୁଥିବା ଦୁର୍ବୁତ୍ତଙ୍କ ବାଇକକୁ ଅଟକାଇବା ପାଇଁ ରାସ୍ତାରେ ସାଇକେଲ ରଖିଦେଇଥିଲେ ।

wp:gallery {"ids":[524667],"linkTo":"none"} /wp:gallery

ଦୁର୍ବୃତ୍ତମାନେ ନ ଅଟକିବାରୁ ଲୋକେ ସେମାନଙ୍କ ମୁହଁକୁ ଗରମ ଚାହା ଫିଙ୍ଗିଥିଲେ । ଫଳରେ ଦୁଇ ଦୁର୍ବୁତ୍ତ ବାଇକରୁ ଖସି ପଡିଥିଲେ । କିନ୍ତୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ବିଲ ମଧ୍ୟଦେଇ ଦୌଡ଼ି ପଳାଇ ଯାଇଥିଲେ । ଖବରପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.