ଆଲିଗଡ଼ରୁ ଦୁଇ ରୋହିଙ୍ଗ୍ୟାଙ୍କୁ ଗିରଫ କଲା ଏଟିଏସ: ନକଲି ଦସ୍ତାବିଜ ସହ ୬ଟି ସୁନା ବିସ୍କୁଟ ଜବତ

Published By : Prameya-News7 Bureau | June 17, 2021 IST

ଆଲିଗଡ଼ ୧୭/୦୬ : ନକଲି ଦସ୍ତାବିଜରେ ଭାରତରେ ରହୁଥିବା ଦୁଇ ରୋହିଙ୍ଗ୍ୟାଙ୍କୁ ଏଟିଏସ ଆଲିଗଡ଼ରୁ ଗିରଫ କରିଛି। ଉତ୍ତର ପ୍ରଦେଶ ଏଟିଏସ ରଫିକ ଓ ଆମିନକୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୟୁନାଇଟେଡ଼ ନେସନର କାର୍ଡ ଜବତ ହୋଇଛି। ଅଭିଯୁକ୍ତଙ୍କ ଠାରୁ ୬ଟି ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି। ଦୁହେଁ ସୁନା ଚାଲାଣକାରୀଙ୍କ ସହ ସମ୍ପୃକ୍ତ ଥିବା ଏଟିଏସ ସନ୍ଦେହ କରୁଛି।

ଦୁଇ ଅଭିଯୁକ୍ତ ମିଆଁମାରର। ଉଭୟ ଅଭିଯୁକ୍ତଙ୍କୁ ଆଲିଗଡର ମକଦୁମ ନଗରରୁ ଗିରଫ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଏବଂ ରିମାଣ୍ଡରେ ନିଆଯିବ। ପ୍ରାଥମିକ ଯାଞ୍ଚରେ ପୋଲିସ ଅଭିଯୁକ୍ତଙ୍କୁ ପଚାରିଛି ଯେ ସୀମା ପାର କରିବାରେ ଦେଶର କେଉଁ ଲୋକେ ସେମାନଙ୍କୁ ସାହାଯ୍ୟ କରିଛନ୍ତି ? ଏହା ବ୍ୟତୀତ, କାହାର ସାହାଯ୍ୟରେ ସେମାନେ ଆଲିଗଡରେ ପହଞ୍ଚିଲେ ? କାହାର ସାହାଯ୍ୟରେ ସେମାନେ ଭାରତର ନକଲି ଦସ୍ତାବିଜ ବନାଇବାକୁ ଯାଉଥିଲେ ? ସୁନା ଚୋରାଚାଲାଣ ବ୍ୟତୀତ ଅନ୍ୟ କେଉଁ ଅପରାଧିକ କାର୍ଯ୍ୟ ସହ ସମ୍ପୃକ୍ତ ? କେଉଁ ସାଥୀମାନେ ବର୍ତ୍ତମାନ ଉତ୍ତରପ୍ରଦେଶ। ଭାରତରେ ରହୁଛନ୍ତି ? ପୋଲିସ ଅଭିଯୁକ୍ତଙ୍କୁ ଏହିଭଳି ଅନେକ ପ୍ରଶ୍ନ ପଚାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.