ରୋବୋର୍ଟ କରୁଛି ସଚେତନ : କରୋନା ପ୍ରତି କରୁଛି ସତର୍କ ଓ ସାବଧାନ,ବାଣ୍ଟୁଛି ମାସ୍କ-ସାନିଟାଇଜର
14/03/2020 at 12:29 PM

କୋଚି ୧୪/୩: ବିଶ୍ବରେ ମହାମାରୀ ଘୋଷିତ ହୋଇଥିବା କରୋନା ଭାଇରସ୍ ଯୋଗୁଁ ସଚେତନ କରାଇବା ପାଇଁ ମନୁଷ୍ୟଙ୍କ ସହିତ ଏବେ ରୋବୋର୍ଟ ମଧ୍ୟ ଜୁଟି ଯାଇଛନ୍ତି। ଏହି ଅଭିଯାନ ସହ କେରଳ ଷ୍ଟାର୍ଟଅପ୍ ମିଶନ୍ ଦୁଇଟି ରୋବୋର୍ଟକୁ କାମରେ ଲଗାଇଛି। ରୋବୋର୍ଟ ସାନିଟାଇଜର ଏବଂ ମାସ୍କ ବାଣ୍ଟିବା ସହ କରୋନାରୁ ବର୍ତ୍ତିବା ପାଇଁ ସୂଚନା ମଧ୍ୟ ଦେଉଛନ୍ତି। ଏହି ପ୍ରୋଗ୍ରାମ୍ ଅସିମୋବ ରୋବୋଟିକ୍ସ ଦ୍ବାରା କାର୍ଯ୍ୟକାରୀ କରାଯାଉଛି।

ଦୁଇଟି ରୋବୋର୍ଟକୁ ଅଲଗା ଅଲଗା କାମ ମିଳିଛି। ଏହି ଦୁଇଟି ମଧ୍ୟରୁ ଗୋଟିଏ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାସ୍କ,ସ୍ୟାନିଟାଇଜର ଏବଂ ନାପକିନ୍ ବିତରଣ କରୁଛି ତ ଆଉ ଏକ ରୋବୋର୍ଟ ଏହା ବ୍ୟାପିବାରୁ ରୋକିବା ନିମନ୍ତେ ଓ୍ବାର୍ଲଡ ହେଲ୍ଥ ଓର୍ଗନାଇଜେସନର ସୂଚନା ପ୍ରଦାନ କରୁଛି।

କରୋନା ଭାଇରସରୁ ପ୍ରତିକାର ଅଭିଯାନରେ ରୋବୋର୍ଟର ବ୍ୟବହାର ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହି ରୋବୋର୍ଟଗୁଡ଼ିକୁ ବିମାନ ବନ୍ଦର ଭଳି ସାର୍ବଜନିକ ସ୍ଥାନରେ ନିଯୁକ୍ତ କରିବା ବିଷୟରେ ଚିନ୍ତା କରାଯାଉଛି।
