Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଗୋଇଠା ମାରି ଦମ୍ପତ୍ତିଙ୍କଠୁ ଲୁଟ୍, ଦୁଇ ଲୁଟେରା ଗିରଫ, ବାଇକ୍ ସହ ଟଙ୍କା ଜବତ

15/01/2021 at 9:40 PM

ବାଲିପାଟଣା ୧୫।୦୧: ଦମ୍ପତ୍ତିଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍ । ଗିରଫ ଦୁଇ ଲୁଟେରା ହେଉଛନ୍ତି ବରମୁଣ୍ଡା ତେଲି ସାହିର ଜିତେନ୍ଦ୍ର ସାହୁ ଏବଂ ଜାଗମରା ଅଂଚଳର ବିକାଶ ରାଏ । ଏମାନଙ୍କ ନିକଟରୁ ଲୁଟ୍ ହୋଇଥିବା ନଅ ହଜାର ପାଞ୍ଚ ଶହ ଟଙ୍କା, ଦୁଇଟି ଦାମୀ ମୋବାଇଲ୍‌ ଜବତ କରିଛି ପୋଲିସ୍ । ଲୁଟ୍ ଘଟଣାରେ ଏକ ବାଇକକୁ ମଧ୍ୟ ଜବତ କରିଛି ପୋଲିସ୍ ।

ଗୁରୁବାର ଦିନ ପ୍ରାୟ ୧.୪୫ ରେ ସୌଦାମିନି ବରଦା ଏବଂ ତାଙ୍କ ସ୍ଵାମୀ ଭୁବନେଶ୍ଵରରୁ କଟକ ଅଭିମୁଖେ ନିଜ ବାଇକରେ ଯାଉଥିଲେ । ପାହାଳ ପାଲ୍‌ ହାଇଟ୍ ନିକଟରେ ଦୁଇ ଲୁଟେରା ସୌଦାମିନିଙ୍କ ଭ୍ୟାନିଟ୍ ବ୍ୟାଗ ଝାମ୍ପି ନେଇଥିଲେ। ଏହା ସହ ସୌଦାମିନି ଯାଉଥିବା ବାଇକକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ । ଉପସ୍ଥିତ ଲୋକେ ଲୁଟେରା ଦୁଇଙ୍କୁ ଗୋଡ଼ାଇ କାବୁ କରିଥିଲେ ଏବଂ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୁଟେରା ଦୁଇଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଖଣ୍ଡଗିରି ଥାନା ଏବଂ ଜଟଣୀ ଥାନା ଅଂଚଳରେ ଏହି ଦୁଇ ଲୁଟେରା ଏହିଭଳି କାଣ୍ଡ ଘଟାଇଥିବା ପୋଲିସ୍ ସାମ୍ନାରେ ମାନିଛନ୍ତି।

   Related Posts