Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଲୁଟେରା‌ଙ୍କୁ ସୁହାଉଛି ଲକ୍‌ଡାଉନ୍ : ଦୁଇ ସପ୍ତାହରେ ଦୁଇଟି ଲୁଟ୍ ଘଟଣା, ସନ୍ଧାନ ପାଉନି ପୋଲିସ

23/04/2020 at 10:29 AM

ବାଲିପାଟଣା ୨୩।୦୩ : ଦୁଇ ସପ୍ତାହ ମଧ୍ୟରେ ଦୁଇ ଚୋରୀ ଏବଂ ଦୁଇ ଲୁଟ୍ ଘଟଣା ଘଟିଲାଣି ବାଲିପାଟଣା ଥାନା ଅଂଚଳରେ । ଚୋର ଏବଂ ଲୁଟେରା ମାନେ ବାଲିପାଟଣା ପୋଲିସ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି । ଆଜି ସକାଳ ପ୍ରାୟ ସାଢେ ଛଅଟାରେ ଦୁଇ ଲୁଟେରା ବାଲିପାଟଣା ଥାନା ପଦ୍ମପୁର ଗ୍ରାମରେ ୭୫ ବର୍ଷ  ବୟସ୍କା ନିରୁପମା ମହାପାତ୍ରଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଠିକଣା ବୁଝିବା ବାହାନାରେ ନିଜ  ଘର ବାରଣ୍ଡାରେ ଠିଆ ହୋଇଥିବା ବୃଦ୍ଧାଙ୍କ ନିକଟକୁ ଜଣେ ଲୁଟେରା ଆସିଥିଲା । କିଛି ବୁଝିବା ପୂର୍ବରୁ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲା ଲୁଟେରା । ବାଇକ୍ ରେ ବସିଥିବା ସହଯୋଗୀ ଲୁଟେରା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଲୁଟେରା । ଘଟଣା ସମ୍ପର୍କରେ ବାଲିପାଟଣା ପୋଲିସକୁ ଫୋନ୍‌ ଯୋଗେ ଜଣାଇଥିଲେ ପରିବାର ଲୋକ ।

ପ୍ରକାଶଥାଉକି ଲକ୍ ଡାଉନ୍ ସମୟରେ ବାଲିପାଟଣା ଥାନା ଅଂଚଳରୁ ବାରମ୍ବାର ଚୋରୀ ଏବଂ ଲୁଟ୍ ଘଟଣା ବଢିଚାଲିଛି । ଦୁଇଥରରେ ୭୧ ମେଣ୍ଢା ଚୋରୀ ସହ ଦୁଇ ଦୁଇଟି ସୁନା ଚେନ୍ ଲୁଟ୍ ଘଟଣା ଘଟିସାରିଛି । ବିଶେଷକରି ବୃଦ୍ଧା ମାନଙ୍କୁ ଲୁଟେରା ମାନେ ଟାରଗେଟ୍ କରୁଛନ୍ତି । ମାମଲା ଦାୟର କରି ପୋଲିସ୍ ଚୁପ୍‌ ହୋଇ ବସିଯାଉଛି ।

   Related Posts