Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବୈତରଣୀ ନଦୀ ଶଯ୍ୟାରୁ ମିଳିଲା ଅଷ୍ଟମ ଶତାବ୍ଦୀର ୨ଟି ବିରଳ ବୌଦ୍ଧ ମୁର୍ତ୍ତି, ଜାଣନ୍ତୁ କଣ କହୁଛନ୍ତି ପ୍ରତ୍ନତାତ୍ତ୍ଵିକ

28/09/2021 at 9:55 PM

ଭଦ୍ରକ, ୨୮/୦୯: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମ ନିକଟ  ବୈତରଣୀ ନଦୀ ଶଯ୍ୟାରୁ ପୁରାତନ ମୂର୍ତ୍ତି ଉଦ୍ଧାର ହୋଇଛି । ଏହି ମୂର୍ତ୍ତି ଗୁଡିକ ଅଷ୍ଟମ ଶତାବ୍ଦୀର ବୋଲି କୁହାଯାଇଛି । ଏଇ ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ପ୍ରଥମଟି ହର୍ସମୂଖ ବୁଦ୍ଧ ମୂର୍ତ୍ତି ହେଇଥିବା ବେଳେ ଦ୍ୱିତୀୟଟି ଗଜମୂଖ ସିଙ୍ଘାସନ ଆସିନ ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ବୋଲି କୁହାଯାଉଛି । ମୁଢାପଦା ଅଞ୍ଚଳର ପ୍ରିତମ ମହାନ୍ତି ଓ ସ୍ଥାନୀୟ ଯୁବକ ବୈତରଣୀ ନଦୀ ପଠାରୁ ବାଲି ଉଠାଣ  ସମୟରେ ଏଇ ମୂର୍ତ୍ତି ପାଇ ନିଜ ଘରେ ରଖିଥିବା ବେଳେ ଷୋଳମପୁର ବୌଦ୍ଧ ବିହାରର ଇନଟାକର ସଦସ୍ୟ ଗବେଷକ ବିଶ୍ବମ୍ବର ରାଉତଙ୍କ ଯୋଗାଯୋଗ କ୍ରମେ ଷୋଳମପୁର ସଂଗ୍ରାହଳୟକୁ ହସ୍ତାନ୍ତର କରାଯାଇଛି ।

ତେବେ ଏଇ ବିରଳ ବୌଦ୍ଧ ମୂର୍ତ୍ତିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଐତିହାସିକ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟି କୋଣରୁ ପ୍ରଥମଟି ହର୍ଷମୁଖ ବୁଦ୍ଧ ମସ୍ତକ ଓ ଦ୍ୱିତୀୟଟି ଏକ ବୌଦ୍ଧ ଦେବୀ, ଯାହାର ଦୁଇ ପାର୍ଶ୍ଵରେ ଉଦ୍ଦୀୟମାନ ଗନ୍ଧର୍ବ ଓ ହସ୍ତରେ ମାଳା ରହିଛି । ଦେବୀ, ଏକ ଗଜମୁଖ ସିଂହାସନରେ ଆସିତ । ଏହି ଦୁଇଟି ବିରଳ ମୂର୍ତ୍ତି ଅଷ୍ଟମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି । ଖଣ୍ଡୋଲାଇଟ ପ୍ରସ୍ତର ନିର୍ମିତ ଏହି ପ୍ରାଚୀନ ମୂର୍ତ୍ତି ଦ୍ବୟ ଷୋଳମପୁର ବୌଦ୍ଧ ବିହାରରେ ଭୌମକର ଶାସନ ସମୟର ବୋଲି ଗବେଷକ ମାନେ କହିଛନ୍ତି । ଯେଉଁଠି କୌଣସି ଦୁର୍ଲଭ ମୂର୍ତ୍ତି ଅସୁରକ୍ଷିତ ଅବହେଳିତ ଜରାଜୀର୍ଣ୍ଣ ଅବସ୍ଥାରେ ଦୃଷ୍ଟି ଗୋଚର ହେଉଛି ସ୍ଥାନୀୟ ଷୋଳମପୁର ବୌଦ୍ଧ ସଂଗ୍ରହାଳୟରେ ରଖିବାକୁ ଅନୁରୋଧ କରାଯାଇଛି ।

   Related Posts