Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

ଇସ୍ପାତ ନଗରୀରେ ୧୫ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ : ଚାଉଳ ପାଇଁ ଯାଇଥିବା ଜଣେ ଯୁବତୀ ଏବଂ ଜଣେ ନାବାଳିକା ଦୁଷ୍କର୍ମର ଶିକାର

18/07/2019 at 4:18 PM

ରାଉରକେଲା ୧୮|୭: ଇସ୍ପାତ ନଗରୀରେ ମାତ୍ର ୧୫ ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ । ଚାଉଳ ଦେବା ବାହାନାରେ ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମର ଅଭିଯୁକ୍ତ ଏଯାଏଁ ଫେରାର । ତାପରେ ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମର ଶିକାର । ଏହି ଘଟଣାରେ ଜଣେ ନାବାଳକ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଇସ୍ପାତ ସହରରେ ସଙ୍କଟ । ନାରୀଙ୍କ ଇଜ୍ଜତ  ବିପନ୍ନ । ମାତ୍ର ୧୫ ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ ଘଟଣାକୁ ନେଇ  ରାଉରକେଲାରେ  ନାରୀ ସୁରକ୍ଷା ନେଇ ଏପରି ସଂଶୟ । କାମୁକ, ଲମ୍ପଟଙ୍କ  ପ୍ରାଦୁର୍ଭାବ ବଢିଛି, ମାତିଛି  ଦୁଷ୍କର୍ମ ରାକ୍ଷସ । ଗତ ୪ ତାରିଖରେ ଝିରପାଣି  ପଞ୍ଚାୟତ କାର୍ଯ୍ୟାଳୟର ଚାଉଳ ଗୋଦାମରେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ଜଣେ ଯୁବତୀ । ଚାଉଳ ପାଇଁ ଯାଇଥିବା ଯୁବତୀଙ୍କୁ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ଜଣେ ସହଯୋଗୀ  ଦୁଷ୍କର୍ମ କରିଥିଲେ । ଏନେଇ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ପୀଡିତା । କିନ୍ତୁ ସେବେଠୁ ଅଭିଯୁକ୍ତ ଅଜୟ ଖାଲକୋ ଓ ତାଙ୍କ  ସହଯୋଗୀ  ଫେରାର । ପୋଲିସ କୁଆଡେ ସେମାନଙ୍କ ଟେର ପାଉନି । ତଦନ୍ତ ଚାଲିଛି କହି ଚୁପ୍ ବସିଥିବା ପୋଲିସର ଭୂମିକା ନେଇ ବି ଉଠିଲାଣି ପ୍ରଶ୍ନ । 

ମର୍ମାହତ କରିଥିବା ଆଉ ଏକ ଦୁଷ୍କର୍ମ ଘଟଣା ଘଟିଛି ଗତ ରବିବାର ଦିନ । ବିଶ୍ବାସରେ ବିଷ ଦେଇଛନ୍ତି ପରିଚିତ । ଦିଲ୍ଲୀରେ ରହୁଥିବା ମାଆ ପାଖରେ ପହଞ୍ଚାଇଦେବାର ପ୍ରତିଶ୍ରୁତିରେ  ଜଣେ ୧୨ ବର୍ଷୀୟା ନାବାଳିକାକୁ ଅତି ଜଘନ୍ୟଭାବେ ଦୁଷ୍କର୍ମ କରିଛନ୍ତି ଜଣେ ଯୁବକ ଓ ତାର ୪ ସହଯୋଗୀ । ରାଞ୍ଚିରୁ ଆସିଥିବା ଝିଅଟିକୁ ଦିଲ୍ଲୀ ଟ୍ରେନ୍‌ରେ ବସାଇବା ବଦଳରେ ଏକ ନିର୍ମାଣାଧିନ କୋଠା ଓ ଧାନବିଲରେ ପାଶବିକ ଅତ୍ୟାଚାର କରିଥିଲେ  କାମୁକ ମାନେ । ତେବେ ଖବରପାଇ ପୋଲିସ ପୀଡିତାଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ବିକାଶ  ତିର୍କୀ, ଅମିତ କିଶପଟା, ପ୍ରଶାନ୍ତ ଟପ୍ପୋ, ରବିନ କିଶପଟା ସହ ଜଣେ ନାବାଳକୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇସ୍ପାତ ସହରରେ ଏପରି ଲଗାତର ଦୁଷ୍କର୍ମ ଲଜ୍ଜାର ସବୁ ସୀମାକୁ ଟପିଯାଇଛି । ଏହାକୁ ରୋକିବା  ନିହାତି ଜରୁରୀ ।  କାରଣ ନାରୀଙ୍କ ଇଜ୍ଜତର ସୁରକ୍ଷା ବିନା କେବଳ ଇସ୍ପାତ ନଗରୀର ସମ୍ମାନ, ସୁରକ୍ଷା ବିପନ୍ନ ନୁହେଁ ସାମାଜିକ ସୁରକ୍ଷା, ସମୃଦ୍ଧି  ମଧ୍ୟ ଅସମ୍ଭବ ।

   Related Posts