ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ, ଟ୍ରାଭେଲ ହିଷ୍ଟ୍ରିକୁ ନେଇ ଚାଲିଛି ତନାଘନା

Published By : Prameya-News7 Bureau | April 04, 2021 IST

ଭୁବନେଶ୍ୱର  ୦୪।୦୪: ଚିନ୍ତା ବଢାଇଲାଣି କରୋନାର ୨ୟ ଲହରୀ । ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ରାଜ୍ୟରେ ମଧ୍ୟ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଏହିପରିପେକ୍ଷୀରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ୨ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ସଂସ୍ପର୍ଶରେ କିଏ କିଏ ଆସିଛି । ସେନେଇ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ତନାଘନା ଚାଲିଛି । ତେବେ ରେଳ ଷ୍ଟେସନରେ ସଂକ୍ରମିତ ଚିହ୍ନଟ ପରେ ଟେଷ୍ଟିଂକୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବା ଏସବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରୁ ୮ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.