ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ; ଦୁଇ ଯବାନ ସହିଦ, ଦୁଇ ଗ୍ରାମବାସୀ ଗୁରୁତର

Published By : Prameya-News7 Bureau | April 28, 2019 IST

ବିଜାପୁର ୨୮|୪: ଛତିଶଗଡ ବିଜାପୁରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳିବିନିମୟ ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ଦୁଇ ଗ୍ରାମବାସୀ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

{"id":108264}

ସୂଚନାଯୋଗ୍ୟ ଯେ, ନକ୍ସଲ ଶିବିର କରିଥିବା ପୋଲିସକୁ ଖବର ମିଳିବା ପରେ ଡିଆର୍‌ଡି ଓ ଏସ୍‌ଟିଏଫ୍‌ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ପାମେଡ ଥାନା ଅନ୍ତର୍ଗତ ତୋଙ୍ଗଗୁଡା ଜଙ୍ଗଲରେ ପୋଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନକ୍ସଲଙ୍କ ଗୁଳିରେ ଦୁଇ ଯବାନ ସହିଦ ହୋଇଛନ୍ତି । ଦୁଇ ଜଣ ଗ୍ରାମବାସୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ତେଲେଙ୍ଗାନା ଚେରଲା ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଦୁଇ ସହିଦ ଯବାନ ହେଲେ ଅରବିନ୍ଦ ମିଞ୍ଜ୍‌ ଓ ସୁକ୍‌ଖୁ ହପକା । ଗୁଳି ବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.