Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଡେଙ୍ଗାଉସ୍ତାରେ ଦୁଇ ଥାନା ପୁଲିସର ଚଢ଼ାଉ, ବିପୁଳ ପରିମାଣରେ ବେଆଇନ ବାଣ ଜବତ, ୨ ଗିରଫ

14/11/2020 at 9:32 PM

ସାନଖେମୁଣ୍ଡି ୧୪।୧୧: କରୋନା କଟକଣା ଓ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ଜନବହୁଳ ଡ଼େଙ୍ଗାଉସ୍ତା ବଜାରରେ ଚାଲିଥିବା ବେଆଇନ ବାଣ ବ୍ୟବସାୟ ଉପରେ ପୁଲିସ ପୋଲିସ ଅତର୍କିତ ଚଢ଼ାଉ କରିଛି। ଲକ୍ଷଲକ୍ଷ  ଟଙ୍କାର ବାଣ ଜବତ କରିବା ସହ ଦୁଇ ଜଣବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡ଼େଙ୍ଗାଉସ୍ତା ବଜାରରେ ପାଟପୁର ଓ  ଦିଗପହଣ୍ଡି ପୁଲିସ  ଶୁକ୍ରବାର  ରାତିରେ  ଚଢ଼ାଉ କରି ବିପୁଳ ପରିମାଣରେ ଲକ୍ଷାଧିକ  ଟଙ୍କାର ବାଣ ଜବତ କରିବା ସହ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।  ବ୍ୟବସାୟୀ ୟୁ. କୈଳାସ ପାତ୍ରଙ୍କୁ ଦିଗପହଣ୍ଡି ପୁଲିସ  ଗିରଫ କରିଥିଲା ବେଳେ ପାଟପୁର ପୁଲିସ ସୀମାଦ୍ରୀ ପାତ୍ରଙ୍କ ଦୋକାନ ଘରୁ ଦୁଇଟି ମାକ୍ସ ପିକଅପ ବୋଝେଇ ସହ ବିଭିନ୍ନ କିସମର ବାଣ ଜବତ କରିଛି। ଏଥି ସହହ ଲୋକନାଥ ପାତ୍ରକୁ ଗିରଫ କରିଛି।

କୈଳାସ ଓ ସୀମାଦ୍ରୀ ପାତ୍ରଙ୍କ ପୁଅ ଲୋକନାଥ ପାତ୍ର ବାଣ ବିକୁଥିବା ଖବର ପାଇ ପାଟପୁର ଆଇ ଆଇ ସି ଅଜୟ କୁମାର ବାରିକ ଏସ ଆଇ ଶୁଭ୍ରଜିତ ସାମନ୍ତରାୟ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ, ଏସ୍‌ଆଇ ସସ୍ମିତା ସେଠୀ, ଏଏସ୍‌ଆଇ ଗୋବିନ୍ଦ ମଲ୍ଲିକ ସଦଳବଳ ଡ଼େଙ୍ଗାଉସ୍ତାରେ ପୃଥକଭାବେ ଚଢ଼ାଉ କରି ଦୋକାନରେ ଖାନତଲାସ କରିଥିଲେ। ସେଠାରେ ବିକ୍ରି ପାଇଁ ବେଆଇନ ଭାବେ ମହଜୁଦ ଥିବା ବାଣ ପ୍ୟାକେଟ୍‌ଗୁଡ଼ିକୁ ପୋଲିସ ଜବତ କରିଥିଲା ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାଯାଇଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ  ମାମଲା ରୁଜୁ କରାଯାଇଛି।

   Related Posts