Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ଗ୍ରାମବାସୀଙ୍କ ସହ ଦୁଇ ପୋଲିସ କର୍ମଚାରୀ ଗୁରୁତର

23/11/2019 at 2:39 PM

ନିଶ୍ଚିନ୍ତକୋଇଲି ୨୩।୧୧: କଟକ ଜିଲ୍ଲା ମାହାଙ୍ଗା ଥାନା ସମସରପୁର ସିଂଘସାହିର ରାଧାକୃଷ୍ଣ ମେଢ ଯଶରାଜପୁର ଘାଟ ବିରୂପା ନଦୀରେ ବିସର୍ଜନ ପାଇଁ ଯାଇଥିବା ବେଳେ ସ୍ଥାନୀୟ ଟାଙ୍ଗୀ ଥାନା କରୁଆଳ ଗ୍ରାମର କିଛି ଯୁବକ ମୁହାଁମୁହିଁ ହୋଇଥିଲେ । ତୁଳସୀପୁର ଗାଁ ଯଶରାଜପୁର, ଗଣେଶ୍ବରପୁର ଓ ସମସରପୁର ଗ୍ରାମର ଲୋକେ ମାଡଖାଇବଥିଲେ । କୁମୁଡା ଜୟପୁର ଫାଣ୍ଡିର ୨ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ଟାଙ୍ଗି ଥାନା ଅନ୍ତର୍ଗତ  କରୁଆଳ ଗ୍ରାମର ଯୁବକମାନେ ସଂଘବଦ୍ଧ ଭାବରେ ଠେଙ୍ଗା-ବାଡ଼ି ଓ  କାଠଫାଳିଆ ଧରି ମାହାଙ୍ଗା ଥାନା ସମସରପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କୁ ଅତର୍କିତ ଆକ୍ରମଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ୨ ହୋମଗାର୍ଡ ସମୀର ପ୍ରଧାନ ଓ ପ୍ରଭାତ ଲେଙ୍କା  ଗୁରୁତର ହୋଇଛନ୍ତି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସମସରପୁର ଗାଁର ରଶ୍ମୀ ରଞ୍ଜନ ମଳିକଙ୍କୁ ଗୁରୁତର ଅବସ୍ଥାରେ କଟକ ଚାଣକ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯଶରାଜପୁର ଛକରେ ବିଭିନ୍ନ ଦୋକାନ ଭଙ୍ଗାରୁଜା ସାଙ୍ଗକୁ  ଲୋକଙ୍କ ଟଙ୍କା -ମୋବାଇଲ ଲୁଟ୍ ହେବା ନେଇ ଖବର ମିଳିଛି ।  ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ  ଜାରିରଖିଛି । ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts