ଚିଲିକା କୂଳରୁ ୨ ଶିକାରୀ ଗିରଫ ; ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ

Published By : Prameya-News7 Bureau | December 29, 2018 IST

ଟାଙ୍ଗୀ ୨୯|୧୨: ଚିଲିକାରେ ବେଧଡକ ଚାଲିଛି ବିଦେଶୀ ପକ୍ଷୀ ଶିକାର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ସୋରଣ ଚିଲିକା କୂଳରେ ବନ୍ୟପ୍ରାଣୀ ବିଭାଗ ଚଢାଉ କରିଥିଲା । ୨ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୧୩ଟି ମୃତ ବିଦେଶୀ ପକ୍ଷୀ ମଧ୍ୟ ଜବତ କରିଛି । ଏଭଳି ବାରମ୍ବାର ଚିଲିକା କୂଳରେ ପକ୍ଷୀ ଶୀକାର କରାଯାଉଥିଲେ ମଧ୍ୟ ଏହା ଉପରେ ରୋକ୍ ଲଗାଯାଇପାରୁନି । ଫଳରେ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.